ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ଏକ ବିଦ୍ୟାଳୟ ନୁହେଁ, ଏକ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ଏକ ବିଦ୍ୟାଳୟ ନୁହେଁ, ବରଂ ଏକ ଆନ୍ଦୋଳନ। ବାଙ୍କୀସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ପାଳନ ଉଦ୍‍ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟରେ ଏକ ଅଡିଟୋରିଅମ ନିମନ୍ତେ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ୧ କୋଟି ଟଙ୍କା ଘୋଷଣା କରିଛନ୍ତି ଏବଂ ବିଦ୍ୟାଳୟର ସମସ୍ତ ଆନୁସଙ୍ଗିକ ନିର୍ମାଣ ପାଇଁ ଯାହା ପାଣ୍ଠି ଆବଶ୍ୟକ, ସେ ସବୁ ମଧ୍ୟ ଦିଆଯିବା ନିମନ୍ତେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଏହି ଏକ ଶତାବ୍ଦୀର ଯାତ୍ରା କୌଣସି ସାଧାରଣ ସମୟ ସୀମା ନୁହେଁ, ବରଂ ଏକ ଆଲୋକମୟ ପରିଚୟ। ଏହା କେବଳ ଗୋଟିଏ ବିଦ୍ୟାଳୟ ନୁହେଁ, ବରଂ ଏକ ଆନ୍ଦୋଳନ, ଯାହା ବାଙ୍କୀ ଅଞ୍ଚଳର ସାଧାରଣ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେଇଛି, ସ୍ୱାଭିମାନ ଓ ସ୍ୱୟଂ ସଚେତନତାର ପ୍ରେରଣା ଦେଇଛି।
ସ୍ଥାପନା ହେବା ଦିନରୁ ଆଜି ପର୍ୟ୍ୟନ୍ତ, ଏହି ବିଦ୍ୟାଳୟର ଯାତ୍ରା ସହଜ ହୋଇ ନ ଥିଲା। ସମୟର ପରିବର୍ତ୍ତନ, ସାମାଜିକ-ଆର୍ଥିକ ସଂକଟ, ଶିକ୍ଷା ପ୍ରଣାଳୀର ରୂପାନ୍ତରଣ ସବୁକିଛିକୁ ଜୀବନ୍ତଭାବେ ଏହା ଦେଖିଛି। କିନ୍ତୁ ଗୋଟିଏ ଜିନିଷ କେବେ ବଦଳି ଯାଇନି ତାହା ହେଉଛି, ଏହାର ମୂଲ୍ୟବୋଧ। ଏହି ବିଦ୍ୟାଳୟ କେବଳ ବାଙ୍କୀ ନୁହେଁ, ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦ୍ୱାରା ଜ୍ଞାନର ଆଲୋକ ବିକିରଣ କରି ସମଗ୍ର ଓଡିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ କେବଳ ପାଠପଢା ନୁହେଁ, କ୍ରୀଡା, ନୃତ୍ୟ, ସଙ୍ଗୀତ, କଳା ଆଦି କ୍ଷେତ୍ରରେ ବିଶାଳ ସୁଯୋଗ ଅଛି। କେବଳ ସରକାରୀ ଚାକିରିରେ ପିଲାମାନେ ନିଜକୁ ଆବଦ୍ଧ କରିବା ଉଚିତ ନୁହେଁ। ଆମ ସମୟରେ ସୀମିତ ସୁଯୋଗ ଥିଲା। କିନ୍ତୁ, ଆଜି ଏତେ ସୁଯୋଗ ଅଛି ଯେ ଚିନ୍ତା କରିବା ବି ମୁସ୍କିଲ। ତେଣୁ ଯିଏ ଯେଉଁ କ୍ଷେତ୍ରରେ ନିଜକୁ ସୁବିଧା ଅନୁଭବ କରୁଛି, ତାକୁ ତାହା କରିବାକୁ ଦେବା ଉଚିତ। ଏହି ଦିଗରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଏକ ବଡ ଭୂମିକା ଅଛି। ମୋର ସମସ୍ତ ଅଭିଭାବକଙ୍କୁ ଅନୁରୋଧ ଯେ, ଜୋର୍ ଜବରଦସ୍ତି ନିଜ ପିଲାଙ୍କୁ କେବଳ ଡାକ୍ତର ଇଞ୍ଜିନିୟର କରିବା ଘୋଡା ଦୌଡରେ ସାମିଲ କରନ୍ତୁ ନାହିଁ। ଡାକ୍ତର ଇଞ୍ଜିନିୟର ବାହାରେ ବି ଗୋଟିଏ ସଫଳ, ସୁନ୍ଦର କ୍ୟାରିୟର ଚଏୟ ଅଛି। ଆଜିକାଲି ସୁଯୋଗର କିଛି ସୀମା ନାହିଁ, ଏହା ଆସିମୀତ।

କାର‌୍ୟ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳଙ୍କୁ ବାଙ୍କୀ ଏନ. ଏ.ସି ଅଂଚଳକୁ ମ୍ୟୁନିସିପାଲିଟି ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ସବୁ ଆବଶ୍ୟକତା ଅଛି, ସେ ସବୁର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାର‌୍ୟ୍ୟକ୍ରମରେ କଟକ ସାଂସଦ ଭତୃହରି ମହତାବ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ, ଜିଲ୍ଲାପାଳଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ଶତବାର୍ଷିକୀ କମିଟିର ସଭାପତି ଭବାନୀ ପ୍ରସାଦ ପଣ୍ଡିତ, ଶତବାର୍ଷିକୀ କମିଟିର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କମିଟିର ସଂଯୋଜକ ନୀଳ ମୋହନ ତ୍ରିପାଠୀ ଓ ଶୁଭ୍ରାଂଶୁ ମୋହନ ପାଢୀ ପ୍ରମୁଖ ମଂଚାସୀନ ଥିଲେ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ