
ବଲାଙ୍ଗିର: ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ଆଦି ସଂସ୍କୃତି ଆଦି ପରମ୍ପରାର ପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହେଲା । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି ରାଜ ପୁରୋହିତ । ମା’ ପାଟଣେଶ୍ୱରୀ, ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ର ଅନୁଯାୟୀ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ।
ତେବେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆସନ୍ତା ମାସ ୨୮ ତାରିଖ ଦିନ ୯ଟା ୪୭ ମିନିଟ୍ରୁ ୧୧ଟା ୧୧ ମିନିଟ୍ ମଧ୍ୟରେ ନବାନ୍ନ ଲାଗି ହେବ । ନୂଆଁଖାଇର ଆଦ୍ୟ ପରମ୍ପରା ପ୍ରଥମ କାର୍ଯ୍ୟ ଯାହା କି ଏହି ଲଗ୍ନ ଧାର୍ଯ୍ୟ ପରମ୍ପରା । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଧାର୍ଯ୍ୟ ହୋଇଥାଏ ନୂଆଁଖାଇ ଲଗ୍ନ ।