
ଦେବଗଡ଼:ପୌରାଚଂଳର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ରୁ ପ୍ରଧାନପାଟ ଜଳପ୍ରପାତ ଓ ପୁରୁଣା ଜ଼ିଲ୍ଲାପାଳ ଅଫିସ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ଉକ୍ତ ରାସ୍ତା ଖାଲ ଖମାରେ ଭର୍ତ୍ତି ହେବା ସହ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ବର୍ଷା ପାଣି ଜମି ରହିଛି। ସେହି ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ବିଭିନ୍ନ ଲୋକମାନେ ଯାତାୟତ କରୁଛନ୍ତି।ବର୍ତ୍ତମାନ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସେହି ରାସ୍ତା ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାବେଳେ ଏଥି ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁନଥିବା ସାଧାରଣରେ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାର ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି।




