ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ପହିଲାରୁ ଶସ୍ତା ହୋଇଛି ଗ୍ୟାସ ସିଲିଣ୍ଡର ଦର । ତେଲ କମ୍ପାନୀଗୁଡ଼ିକ ଆଜିଠାରୁ, ଲାଗୁ ହୋଇଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟକୁ ଅପଡେଟ୍ କରିଛନ୍ତି । ସର୍ବଶେଷ ସୂଚନା ଅନୁଯାୟୀ, ତେଲ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 200 ଟଙ୍କାରୁ ଅଧିକ ହ୍ରାସ କରିଛନ୍ତି । ସାରା ଦେଶରେ ସମସ୍ତ ସହରରେ ଆଜିଠାରୁ ନୂଆ ଦର ଲାଗୁ ହୋଇଛି ।
ଆଜି ସକାଳେ ସମସ୍ତ ତୈଳ କମ୍ପାନୀଗୁଡ଼ିକ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି । ଭୁବନେଶ୍ବରରେ 19 କିଗ୍ରା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର 206.50 ଟଙ୍କା ହ୍ରାସ ହୋଇଛି । ଏହାର ନୂଆ ମୂଲ୍ୟ 2908 ଟଙ୍କା ରହିଛି । କୋଲକାତାରେ ବାଣିଜ୍ୟିକ ଗ୍ୟାସର ମୂଲ୍ୟ 209 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସମାନ ସିଲିଣ୍ଡର 202 ଟଙ୍କା ଶସ୍ତା ହୋଇଛି । ଗତ ମାସ (ଜୁଲାଇ)ରେ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ କରିଥିଲେ । ଆଜି, ଶନିବାର ଠାରୁ, ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ 2,728 ଟଙ୍କା ହୋଇଛି । ସେହିପରି କୋଲକାତାରେ, ସିଲିଣ୍ଡରର ନୂଆ ମୂଲ୍ୟ 2,872.50 ଟଙ୍କା ରହିଛି ।

ତେଲ କମ୍ପାନୀଗୁଡ଼ିକ କେବଳ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଘରୋଇ (Domestic) ଗ୍ୟାସ ସିଲିଣ୍ଡରର ମୂଲ୍ୟ (14 କିଲୋଗ୍ରାମ ଏଲପିଜି ସିଲିଣ୍ଡର ) ଅପରିବର୍ତ୍ତିତ ରହିଛି । ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । 14 କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଜୁନ୍ 7 ତାରିଖରୁ ସ୍ଥିର ରହିଛି । ଓଡ଼ିଶା (ଭୁବନେଶ୍ବର)ରେ ଦର 968 ଟଙ୍କା ରହିଛି । ନୂଆଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ 942 ଟଙ୍କା ରହିଛି । କୋଲକାତାରେ ସମାନ ସିଲିଣ୍ଡର 968 ଟଙ୍କା, ମୁମ୍ବାଇରେ 941.50 ଟଙ୍କା ଓ ଚେନ୍ନାଇରେ ମୂଲ୍ୟ 957.50 ଟଙ୍କା ରହିଛି ।

ଆଜିର ହ୍ରାସ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଲଗାତାର ଦ୍ୱିତୀୟ ହ୍ରାସ । ଆମେରିକା-ଇରାନ ଯୁଦ୍ଧ ଏବଂ ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବିଶ୍ୱବ୍ୟାପୀ ଏଲପିଜି ମୂଲ୍ୟ ବୃଦ୍ଧି ପାଇଥିଲା । ତୈଳ ବିପଣନ କମ୍ପାନୀଗୁଡ଼ିକ ଜୁଲାଇରେ ମୂଲ୍ୟ ହ୍ରାସ କରିଥିଲେ । 19 କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଉପରେ 183.50 ଟଙ୍କା ହ୍ରାସ ଘୋଷଣା ହୋଇଥିଲା ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ