ବାପ-ପୁଅଙ୍କୁ ହତ୍ୟା ମାମଲା , ୧୨ ଦୋଷୀଙ୍କୁ ଆଜୀବନ

ପାରଳାଖେମୁଣ୍ଡି: ଗୁଣିଗାରେଡ଼ିସନ୍ଦେହରେ ବାପ-ପୁଅଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଦୌରାଜଜ୍‌ ହରପ୍ରସାଦ ପଟ୍ଟନାୟକ। ଏଥିସହ ପ୍ରତ୍ୟେକ ଦୋଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ କଠୋର କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସକୁ ଆଧାର କରି ଘଟିଥିବା ଏହି ଦୁଇଟି ହତ୍ୟା ଘଟଣାରେ ଅଦାଲତଙ୍କ ଏହି ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଅଡବା ଥାନା ଅଧୀନ ମୁଠାଗୁଡ଼ା ଗ୍ରାମରେ ୨୦୨୧ ଜୁନ୍‌ ୧୨ ତାରିଖ ରାତିରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ଗୁଣିଗାରେଡ଼ି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ସନ୍ଧ୍ୟା ୫ଘଟିକା ସମୟରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ମୃତକ ଲୁକ ଦଳବେହେରାଙ୍କୁ ଘରୁ ଡାକି ନେଇ ଜୋସିଆ ଗମାଙ୍ଗଙ୍କ ଘର ନିକଟରେ ଏକ ବୈଠକରେ ତାଙ୍କୁ ଗୁଣିଗାରେଡି କରୁଥିବା ନେଇ ଦୋଷାରୋପ କରିଥିଲେ। ପରେ ତାଙ୍କ ପୁଅ ଅନୁକ ଦଳବେହେରାଙ୍କୁ ମଧ୍ୟ ସେଠାକୁ ଡକାଯାଇଥିଲା। ଉଭୟଙ୍କୁ ଗାଁ ଦାଣ୍ଡରେ ମାଡ ମାରି ଲହୁ ଲୁହାଣ କରିବା ସହ ଗାଁ ବାହାର କୁସୁମସାହି ପଡ଼ିଆକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଅନୁକଙ୍କ ଗଳା କାଟାଯାଇଥିବା ବେଳେ ଆହତ ଅବସ୍ଥାରେ ସେ ନିଜ ଘର ନିକଟକୁ ଫେରି ଆସି ଆଙ୍ଗୁଠିରେ ତାଙ୍କ ବାପା ପଡ଼ିଥିବା ସ୍ଥାନ ଦେଖାଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ନେଇ ମୃତକଙ୍କ ଝିଅ ଲୁଧିଆ ଗମାଙ୍ଗ ୨୦୨୧ ଜୁନ୍‌ ୧୩ରେ ଅଡବା ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଅଡବା ଥାନା କେସ୍‌ ନମ୍ବର ୬୩/୨୦୨୧ରେ ଆଇପିସିର ଦଫା ୩୦୨/୩୪ରେ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମାମଲାର ତଦନ୍ତ କରିଥିଲେ। ତଦନ୍ତ ପରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ମାମଲାର ବିଚାର ସମୟରେ ଅଭିଯୋଗ ପକ୍ଷରୁ ୨୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ ପି-୧ରୁ ପି-୨୭ ପର୍ଯ୍ୟନ୍ତ ୨୭ଟି ଦସ୍ତାବିଜ ଏବଂ ଏମ୍‌ଓ-୧ରୁ ଏମ୍‌ଓ-୨୫ ପର୍ଯ୍ୟନ୍ତ ୨୫ଟି ବସ୍ତୁଗତ ପ୍ରମାଣ ଅଦାଲତରେ ଉପସ୍ଥାପିତ ହୋଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ତର୍ଜମା କରିବା ପରେ ଅଦାଲତ ଅଭିଯୁକ୍ତମାନେ ଦୋଷୀ ବୋଲି ରାୟ ଦେଇଛନ୍ତି। ଦୋଷୀମାନେ ହେଲେ ଜୋସୁଆ ଗମାଙ୍ଗୋ, ବେଞ୍ଜାମିନ ଗମାଙ୍ଗୋ, ସଞ୍ଜୟ ଗମାଙ୍ଗୋ, ଅଭିମନ୍ୟୁ ରାଇକା, କନ୍ଦ୍ରା ଗମାଙ୍ଗୋ ଓରଫ ଜନସ ଗମାଙ୍ଗୋ, ମିଖାଇଏଲ ଗମାଙ୍ଗୋ, ସେଟୋ ରାଇକା, ଜିରି ଓରଫ ଜର୍ମିୟା ରାଇକା, ଅବ୍ରାହମ ବଡରଇତ, ଜୁନେଶ ରାଇତ, କୁରା ରାଇତ ଓ ସୋମନାଥ ଗମାଙ୍ଗ। ସମସ୍ତେ ମୁଠାଗୁଡ଼ା ଗ୍ରାମର ବୋଲି ଅଦାଲତଙ୍କ ରାୟରେ ଦର୍ଶାଯାଇଛି। ଅଭିଯୋଗ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଏସ୍‌.କେ. ରଥ ମାମଲା ପରିଚାଳନା କରିଥିଲେ। ରାୟ ସମ୍ପର୍କରେ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଦେବ ମିସ୍ତ୍ରୀ ଓରଫ ଦାଭିଡସନ ଶବରଙ୍କ ମାମଲାକୁ ୧୧ ଫେବ୍ରୁଆରୀ ୨୦୨୫ରେ ଅନ୍ୟମାନଙ୍କ ମାମଲାରୁ ପୃଥକ କରାଯାଇଥିବା ରାୟରେ ଉଲ୍ଲେଖ ରହିଛି। ତାଙ୍କ ବିରୋଧରେ ମାମଲାର ବିଚାର ଏବେ ବିଚାରାଧୀନ ରହିଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ