
ଛେଣ୍ଡିପଦା: ଛେଣ୍ଡିପଦା ଥାନା ଦେବଗଡ଼ ଛକରୁ ପୁଲିସ ଅଢେଇ କେଜି ଓଜନର ହାତୀଦାନ୍ତ ଜବତ କରି ସମ୍ପୃକ୍ତ ମାଫିଆକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଦେବଗଡ଼ ଛକରୁ ଅଢେଇ କେଜି ଓଜନର ହାତୀ ଦାନ୍ତ ଜବତକରିଛି।
ଘଟଣାସ୍ଥଳରୁ ସମ୍ପୃକ୍ତ ମାଫିଆ ବାଗଡ଼ିଆ ଗ୍ରାମର ସୁକାନ୍ତ ପ୍ରଧାନ(୪୨)ଙ୍କୁ ଗିରଫ କରି ତଦନ୍ତ ଚଳେଇଛି। ଆଜି ହାତୀ ଦାନ୍ତ ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।







