ବହୁ ଚର୍ଚ୍ଚିତ ବାବା ସିଦ୍ଦିକି ହତ୍ୟା ମାମଲାରେ ପୁଲିସକୁ ମିଳିଛି ବଡ ସଫଳତା । ଧରାପଡିଲା ମୁଖ୍ୟ ସୁଟର । ମୁମ୍ବାଇ ପୁଲିସ ଓ ଉତରପ୍ରଦେଶ ଏସଟିଏଫର ମିଳିତ ଟିମ ଶିବ କୁମାର ଗୌତମ ନାମକ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ନେପାଳକୁ ଫେରାରହେବା ସମୟରେ ଶିବ ଗୌତମକୁ ଗିରଫ କରାଯାଇଛି । ଏଥିସହ ଫେରାର ପାଇଁ ସାହାଯ୍ୟ କରୁଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ମାଡି ବସିଛି ପୁଲିସ ।ସୂଚନା ଅନୁସାରେ ଗିରଫ ମାଷ୍ଟର ମାଇଣ୍ଡ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ତଥା ଅନ୍ୟତମ ଗ୍ୟାଙ୍ଗଷ୍ଟର ଅନମୋଲର ମୁଖ୍ୟ ସହଯୋଗୀ । ତେବେ କେମିତି ଏହି ମାଷ୍ଟରମାଇଣ୍ଡ ହତ୍ୟାକାଣ୍ଡ କରିଥିଲା ଏନେଇ ବିସ୍ତୁତ ସୂଚନା ଦେଇଛି ପୁଲିସ ।
ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ
ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…






