
ଦେବଗଡ଼:ସ୍ଥାନୀୟ ଗୋପାଳଜୀ ମନ୍ଦିରରେ ବାମଣ୍ଡା ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ଏକ ଦିବସୀୟ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। କମଳାକାନ୍ତ ପଣ୍ଡା ଓ ପୁରୁଷୋତ୍ତମ ଦାଶ ପୂଜକ ଭାବେ କାର୍ଯ୍ୟ ସଂପାଦନା କରିଥିଲେ। ଅଶୋକ ମିଶ୍ର ଓ ନିୟତି ମିଶ୍ର କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଏଥିରେ ୧୮ ଜଣ ବ୍ରାହ୍ମଣ ଭାଗବତ, ଗୀତା ଓ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ।ବାମଣ୍ଡା ବ୍ରାହ୍ମଣ ସମାଜର ସଂପାଦକ ଗୌରହରି ଷଡଙ୍ଗୀ, ଅଚ୍ୟୁତାନନ୍ଦ ମିଶ୍ର,ରେଙ୍ଗାଳବେଡା ମଣ୍ଡଳର ପଦ୍ମ ଲୋଚନ ଶତପଥି, ଗମ୍ଭାରିପାଳ ମଣ୍ଡଳର ପ୍ରହଲ୍ଲାଦ ମିଶ୍ର, ଯୁଧିଷ୍ଟିର ଦାଶ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜଗଦୀଶ ଚନ୍ଦ୍ର ନନ୍ଦ, ଟିକେଶ୍ବର ଆଚାର୍ଯ୍ୟ,ଘନଶ୍ୟାମ ଦ୍ବିବେଦୀ,ରାଜେଶ ରାଉତ,ସତ୍ୟ ନାରାୟଣ ମିଶ୍ର,ଘନଶ୍ୟାମ ତ୍ରିପାଠୀ, ସୁରଭି ଦ୍ବିବେଦୀ, ସୁରଞ୍ଜିତ ମହାପାତ୍ରଙ୍କ ସମେତ ରେଙ୍ଗାଲବେଡା ସ୍ଥିତ ବୈଦିକ ଗୁରୁକୁଳର ଛାତ୍ର ଓ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।







