
ଦେବଗଡ଼:ବାରକୋଟ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଶିବ ମନ୍ଦିର ପରିସରରେ ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂପାଦକ ପଞ୍ଚାନନ ସାହୁ ପୂର୍ବ ଅଧିବେଶନର ବୈଠକ ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ବାରକୋଟରେ ନିର୍ମିତ ହୋଇଥିବା ଶବବ୍ୟବଛେଦ ଗୃହ କାର୍ଯ୍ୟକ୍ଷମ,ବାରକୋଟ ସିଏଚସିରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା।ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।ଏହାସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଆସନ୍ତା ସ୍ବାଧିନତା ଦିବସ ଅବସରରେ ବ୍ଲକର ବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।ମଞ୍ଚର ଉପଦେଷ୍ଟା ମଦନମୋହନ ପ୍ରଧାନ ସ୍ବଇଚ୍ଛାରେ ବୃକ୍ଷରୋପଣ ପାଇଁ ଆମ୍ବ ଚାରା ପ୍ରଦାନ କରିଥିଲେ। ଏହାସହିତ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା।ବୈଠକରେ ମଞ୍ଚର ସଦସ୍ୟ ଅଶୋକ ନାୟକ,ବିରେନ୍ଦ୍ର ପୃଷ୍ଟି,ରମାକାନ୍ତ ପ୍ରଧାନ, ହରିହର ସାହୁଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।




