ବାରକୋଟ ଶବ ବ୍ୟବ‌ଚ୍ଛେଦ ଗୃହ ଉଦଘାଟିତ

ଦେବଗଡ: ବାରକୋଟ ବ୍ଲକ ସଦର ମହକୁମାରେ ଆଜି ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ ହୋଇଯାଇଛି।ବାରକୋଟ ବ୍ଲକ ଏବିଡିଓ ସବିତା ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ବାରକୋଟ ଥାନା ଆଇଆଇସି ସନ୍ତୋଷ ବଢେଇ,ବାରକୋଟ ମେଡିକାଲର ଡା କୃଷ୍ଣ ଚନ୍ଦ୍ର ବାଇପ ଇ,ବିଧାୟକଙ୍କ ପ୍ରତିନିଧି ରାଜକିଶୋର ସାହୁ ଅନ୍ୟତମ ଅତିଥି ଉପସ୍ଥିତ ଥିଲେ। ଅନ୍ୟମ‌ାନଙ୍କ ମଧ୍ୟରେ ବାରକୋଟ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପଞ୍ଚାନନ ସାହୁ, ଉପସଭାପତି ସୂର୍ଯ୍ୟନାରାୟଣ ସାହୁ, ସଂପାଦକ ପଞ୍ଚାନନ ସାହୁ, ସହ ସଂପାଦକ ବିଦ୍ୟାଧର ସାହୁ, ଉପଦେଷ୍ଟା ରୁଦ୍ର ନାରାୟଣ ସାହୁ, ରମାକାନ୍ତ ପ୍ରଧାନ, ଲକ୍ଷ୍ମୀନାରାୟଣ ଗୁପ୍ତା, ଅର୍ଜୁନ ମେ‌ାହନ ସାହୁ, ନିରଞ୍ଜନ ବେହେରା, କୁଳମଣି ବେହେରା, ଯୋଗୀନାଥ ସାହୁ, ହରିହର ସାହୁ,ଲଳିତ ପାଲଙ୍କ ସମେତ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ନିର୍ମାଣର ବହୁ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନପାରି ପଡିରହିଥିଲା ବାରକୋଟ ଶବ ବ୍ୟବଚ୍ଛେଦ ଗୃହ। ତେବେ ଆଜି ଅଞ୍ଚଳବାସୀ ଦୀର୍ଘ ଦିନର ଦାବି ପୂରଣ ହେବା ସହ ଶବ ବ୍ୟବଚ୍ଛେଦ ଗୃହର ଉଦଘାଟନ କରାଯାଇଛି।

  • Related Posts

    ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି: ସ୍ଵାସ୍ଥ୍ୟ ମନ୍ତ୍ରୀ

    ଭୁବନେଶ୍ଵର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଅସନ୍ତୋଷ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ…

    Continue reading
    ରାଜଧାନୀରେ ବର୍ଷା, ମଧୁସୂଦନ ନଗରରେ ସର୍ବାଧିକ ୧୦୭ ମିମି ରେକର୍ଡ

    ଭୁବନେଶ୍ବର : ଗତକାଲି ରାତିଠାରୁ ଭୁବନେଶ୍ୱରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଫଳରେ ରାଜଧାନୀର ଚାରିଆଡ଼େ ପାଣି ଭର୍ତ୍ତି ହୋଇ ଯାଇଛି । ଭୁବନେଶ୍ୱରରେ ସକାଳ ସାଢେ ୫ଟା ସୁଦ୍ଧା ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ