ବାରବାଟୀ ଟି-ଟ୍ବେଣ୍ଟି କାଉଣ୍ଟର ଟିକେଟ ବିକ୍ରି, ଅଫଲାଇନରେ 10,000 ଟିକେଟ

କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚକୁ ନେଇ କଟକବାସୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ମ୍ୟାଚ ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ରାତିରୁ ଟିକେଟ୍ ପାଇଁ କାଉଣ୍ଟର ଆଗରେ ଲାଇନରେ ଠିଆ ହୋଇଥିଲେ ହଜାର ହଜାର କ୍ରିକେଟ ପ୍ରେମୀ । ମାତ୍ର 10 ହଜାର ଟିକେଟ ପାଇଁ 20 ହଜାରରୁ ଅଧିକ ଦର୍ଶକ ଲାଇନରେ ଠିଆ ହୋଇଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ହେବ ? ଯେପରି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେନେଇ ପୋଲିସ ପ୍ରଶାସନ ସଜାଗ ରହିଛି । ଏଥିପାଇଁ 100 ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ 50 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।ଗତକାଲି(ଗୁରୁବାର) ସନ୍ଧ୍ୟାରୁ ଲମ୍ବା ଲାଇନରେ ରହି ଟିକେଟ କିଣୁଛନ୍ତି ଦର୍ଶକ । ଏନେଇ ଷ୍ଟାଡିୟମ ପରିସରରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।100ରୁ ଉର୍ଦ୍ଧ୍ବ ଅଫିସରଙ୍କ ସମେତ 50 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ପ୍ରଥମ ଥର ପାଇଁ ଷ୍ଟିଲ୍ ବାରିକେଡ଼ ସହ ବାଉଁଶରଙ୍କୁ ନିୟୋଜିତ ହୋଇଛନ୍ତି । ଗତକାଲି ରାତିରେ ଅଧିକ ଦର୍ଶକ ଲାଇନରେ ଠିଆ ହେବାରୁ କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନେକେଦମ ହେବାକୁ ପଡ଼ିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ହାଲକା ଲାଠି ଚାଳନା କରିବାକୁ ପଡ଼ିଥିଲା । ପରେ ପରିସ୍ଥିତି ସ୍ୱଭାବିକ ହେବା ପରେ ଲାଇନରେ ରହି ଟିକେଟ ନେବାକୁ କଟକ ଡିସିପି ରଷିକେଶ ଖିଲାରୀ ନିବେଦନ କରିଛନ୍ତି ।ଡିସିପି ରଷିକେଶ ଖିଲାରୀ କହିଛନ୍ତି,” ଟିକେଟ୍ ଯେତିକି ରହିଛି, ତା ଠାରୁ ଅଧିକ ଲୋକ ଆସିଛନ୍ତି । ଏଠାକୁ ଅଧିକ ଲୋକ ନ ଆସିଲେ ଭଲ ହେବ । କାରଣ 8 ତାରିଖରେ ଅଭ୍ୟାସ ମ୍ୟାଚ ମଧ୍ୟ ରହିଛି । ଏଥିପାଇଁ ଅନେକ ପ୍ରସ୍ତୁତି କରାଯିବ । ଆମର ପ୍ଲାନିଂ ଅନୁସାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଥମେ ଲାଇନରେ ଠିଆ ହେବା ପାଇଁ ଲୋକଙ୍କ ମଧ୍ୟରେ ହୋହାଲ୍ଲା ଦେଖିବାକୁ ମିଳିଥିଲା । ହେଲେ ଘଟଣା ସ୍ଥଳରେ ଆମର ପୋଲିସ ଫୋର୍ସ ମୁତୟନ ରହିଥିଲେ, ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଚଳିତ ଥର ପୂରା ସିସିଟିଭି ନଜରରେ ଟିକେଟ ବିକ୍ରି କ୍ଷେତ୍ର ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ଓସିଏ ତରଫରୁ ମଧ୍ୟ ବାଉଁଶର ନିୟୋଜିତ କରାଯାଇଛି ।”

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ