
ଭୁବନେଶ୍ବର : ବିଜେଡି ପକ୍ଷରୁ ସଂଗଠନକୁ ମଜବୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ବିଭିନ୍ନ ଜିଲ୍ଲା ପାଇଁ ନୂତନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଯୁକ୍ତି ଦେଇଛନ୍ତି।
ବିଜୁ ଛାତ୍ର ଜନତା ଦଳର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ହରେକୃଷ୍ଣ ପ୍ରଧାନ, କଟକ ମହାନଗର ଶିବଶଙ୍କର ସିଂ, କେନ୍ଦ୍ରାପଡା ଜିଲ୍ଲା ସଭାପତି ସାହିବ ସାହିଲ ରାଉତ ଏବଂ କାର୍ଯ୍ୟକାରୀ ସଭାପତି ପ୍ରଭେଶ ଅଖତର ,ଜଗତସିଂହପୁର ଜିଲ୍ଲା ସଭାପତି ରାଜେଶ କୁମାର ମିଶ୍ର ଏବଂ କାର୍ଯ୍ୟକାରୀ ସଭାପତି ଅବନୀକାନ୍ତ ଦାଶ , ମୟୂରଭଞ୍ଜ ଆଭାସ ଦେ,ଖୋର୍ଦ୍ଧା ଅମିତ କୁମାର ଦାଶ, ଯାଜପୁର ଜଗଦାନନ୍ଦ ରାଉତ ଏବଂ ପୁରୀ ରାଜେଶ ରଥଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ବିଜୁ ଯୁବ ଜନତା ଦଳର ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ବିଜେଡି ପକ୍ଷରୁ ନିଯୁକ୍ତ କରାଯାଇଛି। ବାଲେଶ୍ବର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଭାବେ ତାପସ ପ୍ରାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ, କଟକ ମହାନଗର ସୌମ୍ୟ ଦର୍ଶନ ବେହେରା, କେନ୍ଦ୍ରାପଡା ରାଜେଶ ଦାସ, ଜଗତସିଂହପୁର ସମିତ କୁମାର ଲେଙ୍କା, ମୟୂରଭଞ୍ଜ ଜିଲ୍ଲା ସଭାପତି ଅରୁଣ ବରାଡ, କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ନାୟକ, ଯାଜପୁର ଆଶଷ ରଞ୍ଜନ ଚୌଧୁରୀଙ୍କୁ ନିଯୁକ୍ତ କରାଯାଇଛି।
ସେହିପରି ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ମନୋନୀତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ସଭାପତି ଶବାର୍ଣ୍ଣୀ ଦାସ, ବାଲେଶ୍ବର ଜିଲ୍ଲା ସଭାପତି ଶୁଭଲକ୍ଷ୍ମୀ ମାଝୀ, କାର୍ଯ୍ୟକାରୀ ସଭାପତି ମୀନା ମହାନ୍ତି, ମୟୂରଭଞ୍ଜ-୨ ଜିଲ୍ଲା ସଭାପତି କମଳା ମହାନ୍ତି, କାର୍ଯ୍ୟକାରୀ ସଭାପତି ମମିତା ଚୌଧୁରୀ, ଗଞ୍ଜାମ ଜିଲ୍ଲା ସଭାପତି ସଂଘମିତ୍ରା ଦଲେଇ, କାର୍ଯ୍ୟକାରୀ ସଭାପତି ଅନିମା ପରିଡା, ଶ୍ବେତା ପଜ୍ଞା ପଟ୍ଟନାୟକ, କଟକ ମହାନଗର ଜିଲ୍ଲା ସଭାପତି ଏ.ଶ୍ରୀଧୀବି, କାର୍ଯ୍ୟକାରୀ ସଭାପତି ମିତାଲି ଭଞ୍ଜ ନିଯୁକ୍ତ କରାଯାଇଛି।




