ବିଜେଡିର ଜନ ସମ୍ପର୍କ ଅଭିଯାନ ପଦଯାତ୍ରା, କୁଆଡେ ଗଲେ ଦିଲ୍ଲୀପ ଓ ସୁବ୍ରତ

ନିମାପଡା : ନିମାପଡାରେ ବିଜେଡ଼ିର ଜନସଂପର୍କ ଅଭିଯାନ ପଦଯାତ୍ରା ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ । ବିଜେଡି ବ୍ଲକ ସଭାପତି ଭାଗ୍ୟଧର ଖଟୋଇଙ୍କ ନେତୃତ୍ୱରେ ଆଜି ନିମାପଡାରେ ଜନ ସଂପର୍କ ଅଭିଯାନ ପଦଯାତ୍ରା ନିମାପଡା ଜୟଗୁରୁ ଆଶ୍ରମ ନିକଟରୁ ବାହାରି ବଜାର ପାରିକ୍ରମା କରି ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିଲା। ବଜାରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତା ମାନେ ମାଲ୍ୟାର୍ପଣ କରିଥିଲେ। ତେବେ ଆଜିର ଉଦ୍ ଘାଟନ ଦଳର ଏହି ଜନ ସମ୍ପର୍କ ପଦଯାତ୍ରା ରେ ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଓ ବିଜେଡି ନେତା ସୁବ୍ରତ ଛାଟୋଇଙ୍କୁ ଦେଖିବାକୁ ମିଳିନଥିଲା। କୁଆଡେ ଗଲେ ଏହି ଦୁଇ ନେତା ବୋଲି ଚର୍ଚ୍ଚା ହୋଇଥିଲା । ଠକେଇ ମାମଲାରେ ଗିରଫ ହୋଇ ଜେଲରେ ୧ ବର୍ଷ ଧରି ରହିବା ପରେ ନିକଟରେ ଦିଲ୍ଲୀପ ବେଲରେ ଆସିଛନ୍ତି। ଦିଲ୍ଲୀପ ଓ ସୁବ୍ରତଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଆଲୋଚନା ହେଉଛି। ଫଳରେ ନିମାପଡ଼ା ବିଜେଡ଼ିରେ ଫାଟ ଜଳ ଜଳ ହୋଇ ଦିଶୁଛି। ଆଗକୁ ଆସୁଛି ପଂଚାୟତ ଓ ଏନ୍ ଏସି ନିର୍ବାଚନ। ଦଳର ଜିଲ୍ଲା ଓ ରାଜ୍ୟ ନେତୃତ୍ବ କାହାକୁ ନିମାପଡ଼ା ଦାୟିତ୍ୱ ଦେଉଛନ୍ତି । ଅବଶ୍ୟ ଆଜିର ଏହି ଜନ ସମ୍ପର୍କ ଅଭିଯାନ ପଦଯାତ୍ରା ରେ ଦିଲ୍ଲୀପ ଓ ସୁବ୍ରତ ଙ୍କ କିଛି ସମର୍ଥକ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ପଦଯାତ୍ରାରେ ପୁରୀ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ୱାଇଁ, ଉପ ସଭାପତି ଅରୁଣ ପ୍ରସାଦ ଦାଶ, ସମ୍ପାଦକ ବିଜୟ ପଟ୍ଟନାୟକ, ଏନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ, କାଉନସିଲର ଧନୁର୍ଦ୍ଧର ଦାସ, ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ,ଜିଲ୍ଲାପରିଷଦ ସଭ୍ୟ ରବିନ୍ଦ୍ରନାଥ ମଲ୍ଲିକ, ଏନ ଏସି ନେତା ଦିଲ୍ଲୀପ ପାତ୍ର, ମାନସ ପ୍ରଧାନ,ଗୟାଧର ବେହେରା,,ଆଇନଜୀବୀ ବଟକୃଷ୍ଣ ସାହୁ, ରବୀନ୍ଦ୍ର ଦାସ ,ଗୋପ ବ୍ଲକ ସଭାପତି ମହେଶ୍ୱର ସ୍ୱାଇଁ, ତପନ ବରିହା, ମିହିର କଲିମ ଅଲ୍ଲୀ, ପ୍ରବୋଧ କୁମାର ପରିଡା,ରାଜ୍ୟ ଯୁବ ସମ୍ପାଦକ ସୌମେନ ଦାଶ, ବ୍ଲକ ଯୁବ ସଭାପତି ରାକେଶ ସାହୁ, ଛାତ୍ରନେତା ଓଁକାର ମହାପାତ୍ର, ତପନ ପ୍ରଧାନଙ୍କ ସମେତ କର୍ମୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ନିମାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏକ ମାସ ଧରି ଚାଲିବାକୁ ଥିବା ଏହି ପଦଯାତ୍ରା ମାଧ୍ଯମରେ କେନ୍ଦ୍ର ଓ ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାରର ବିଫଳତାକୁ ଜନ ସାଧାରଣ ଙ୍କୁ ଅବଗତ କରାଯିବ ବୋଲି ବିଜେଡ଼ି ନେତା ପ୍ରକାଶ କରିଛନ୍ତି। (ଫଟୋ)

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ