ବିଜେପି କେବଳ ଓଡିଶା ଓ ଓଡିଶାବାସୀଙ୍କୁ ହତାଶ କରୁଛି : ବିଜେଡି

ଭୁବନେଶ୍ୱର : କେନ୍ଦ୍ର ରେଳ ବଜେଟ ସମ୍ବନ୍ଧରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ଏହାକୁ ଏକ ଫମ୍ପା ଆୱାଜ ଓ ପ୍ରଚାର ସର୍ବସ୍ୱ ବୋଲି କହିଛି। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ସରକାରକୁ ଆସିଥିବା ବିଜେପି କେବଳ ଓଡିଶା ଓ ଓଡିଶାବାସୀଙ୍କୁ ହତାଶ କରୁଛି ବୋଲି କହିଛନ୍ତି ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ ପଟ୍ଟନାୟକ କହିଥିଲେ, ଏହି ବର୍ଷ ରେଳ ବଜେଟରେ ଓଡିଶାକୁ ୧୦,୫୯୯ କୋଟି ଟଙ୍କା ଦିଆଯାଇଛି ଯାହା ପୂର୍ବ ବର୍ଷ ବଜେଟ ଠାରୁ ମାତ୍ର ୧୩ କୋଟି ଟଙ୍କା ଅଧିକ। କିନ୍ତୁ ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ଯେଉଁ ଦୁଇ ଗୁଣ ବିକାଶ କଥା କୁହାଯାଇଥିଲା, ତାହା ଦେଖିବାକୁ ମିଳିନାହିଁ। ଅପରପକ୍ଷରେ, ଓଡିଶାରୁ ଯାତ୍ରୀ ଭଡ଼ା ଓ ଫ୍ରେଟ୍‌ ଭଡ଼ା ସୂତ୍ରରୁ ରାଜସ୍ୱ ଆକାରରେ ପ୍ରତିବର୍ଷ ୨୫ ହଜାର କୋଟି ଟଙ୍କା ହିସାବରେ ଗତ ୧୦ ବର୍ଷରେ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କା ରେଳ ବିଭାଗକୁ ଯାଇଛି। ସେହି ଅନୁପାତରେ, ଓଡିଶାକୁ ଗତ ୧୦ ବର୍ଷରେ କେତେ ଅର୍ଥ ପ୍ରଦାନ କରାଯାଇଛି ? ଏହି ଦୃଷ୍ଟିରୁ ଓଡିଶାକୁ କେନ୍ଦ୍ରର ବୈମାତୃକ ମନୋଭାବ ଜାରି ରହିଛି। ରାଜ୍ୟବାସୀ ବିଜେପିକୁ ୨୦ ସାଂସଦ ଆସନରେ ଜିତାଇଥିବା ସହିତ ଡବଲ ଇଞ୍ଜିନ କ୍ଷମତାକୁ ଆସିଥିବା ବେଳେ ରାଜ୍ୟବାସୀଙ୍କୁ ବିଜେପି ହତାଶ କରିଛି।
ବିଗତ ବର୍ଷ ମାନଙ୍କରେ ରାଜ୍ୟରେ ୨୦୪୬ କିମି ରେଳ ଲାଇନ ନିର୍ମାଣ କରାଯାଇଛି ବୋଲି କହିବା ସହିତ ତାହା ମାଲେସିଆର ରେଳ ଲାଇନ ସହ ସମାନ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଡ଼ ପଟ୍ଟନାୟକ କହିଥିଲେ, ମାଲେସିଆ ଜନସଂଖ୍ୟା ମାତ୍ର ୩.୪ କୋଟି ହୋଇଥିବା ବେଳେ ଓଡ଼ିଶାର ଜନ ସଂଖ୍ୟା ସାଢେ଼ ଚାରି କୋଟି। ଓଡ଼ିଶାର ନିକଟରେ ଥିବା ବାଂଲାଦେଶରେ ୩୬୦୦ କିଲୋମିଟର ରେଳ ଲାଇନ ରହିଛି। ସେହିପରି ଅଷ୍ଟ୍ରେଲିଆର ଜନସଂଖ୍ୟା ୩.୨ କୋଟି ହୋଇଥିବା ବେଳେ ଏଠାରେ ୩୨,୦୦୦ କିଲୋମିଟର ରେଳ ଲାଇନ ରହିଛି। ସ୍ପେନ ଦେଶର ଜନସଂଖ୍ୟା ଓଡିଶା ସହିତ ସମାନ ହୋଇଥିବା ବେଳେ ଏଠାରେ ୧୬,୦୦୦ କିଲୋମିଟର ରେଳ ଲାଇନ ରହିଛି। ଏହି ସବୁ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଥିଲାବେଳେ ମନ୍ତ୍ରୀ ମହୋଦୟ ମାଲେସିଆର ତଥ୍ୟ ଦେଇ ଓଡିଶାବାସୀଙ୍କୁ ସ୍ପଷ୍ଟ ଦିବାଲୋକରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି।
ଡ଼ ପଟ୍ଟନାୟକ ଆହୁରି କହିଥିଲେ, ରେଳ ସାନ୍ଦ୍ରତା କ୍ଷେତ୍ରରେ ମଧ୍ୟ ଓଡିଶା ବହୁ ପଛରେ ପଡିଛି। ପଶ୍ଚିମବଙ୍ଗର ରେଳ ସାନ୍ଦ୍ରତା ୪୭.୫, ଆନ୍ଧ୍ରର ୨୪.୩ ଓ ଝାରଖଣ୍ଡ ପରି ରାଜ୍ୟରେ ୩୨.୬ ରହିଥିବା ବେଳେ ଓଡ଼ିଶାର ମାତ୍ର ୧୭ ରହିଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ଏହାକୁ ବଢାଇବା ପାଇଁ କ’ଣ ଚେଷ୍ଟା କରାଯାଇଛି ? ରାୟଗଡା ଠାରେ ଏକ ନୂଆ ଡିଭିଜନ କରାଗଲା ବୋଲି ବାହାସ୍ଫୋଟ ମାରୁଥିଲେ ହେଁ ପ୍ରକୃତରେ ଇଷ୍ଟକୋଷ୍ଟ ରେଲୱେକୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ୱାଲଟିଅର ଡିଭିଜନକୁ ଆନ୍ଧ୍ରକୁ ଖୁସି କରିବାକୁ ଦିଆଗଲା। ଆପଣମାନେ ଭଲ ଭାବେ ଜାଣନ୍ତି, କେଉଁ କାରଣ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଖୁସି କରିବାକୁ ସ୍ୱତନ୍ତ୍ର ଅନୁଦାନ ଅଜାଡି ପକାଉଛନ୍ତି।
ଡ଼ ପଟ୍ଟନାୟକ ଆହୁରି କହିଥିଲେ, ମନ୍ତ୍ରୀ ମହୋଦୟ ତାଙ୍କ ବକ୍ତବ୍ୟରେ କହିଥିଲେ, ଓଡ଼ିଶାରେ ରେଳ ପ୍ରକଳ୍ପ କାର୍ୟ୍ୟ ଠିକ ଚାଲିଛି ବୋଲି ଦାବି କରିଥିଲେ, କିନ୍ତୁ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ଗୁଡିକର ମନ୍ଥର ଗତି ବିଷୟରେ ରାଜ୍ୟବାସୀ ଭଲଭାବେ ଜାଣନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଯାହା ୧୯୯୪-୯୫ ମସିହାରେ ଆରମ୍ଭ ହୋଇଥିଲା, ତାହା ଏପର୍ୟ୍ୟନ୍ତ ଶେଷ ହୋଇନାହିଁ କି କେବେ ଶେଷ ହେବ ତାର କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ।
ସେହିପରି ଗୁଣୁପୁର-ଥେରୁବାଲି ରେଳ ଲାଇନ ୨୦୧୭-୧୮ରେ ଆରମ୍ଭ ହୋଇଥିଲା, କିନ୍ତୁ କେବେ ସରିବ ତାର କିଛି ସୂଚନା ନାହିଁ। ବରଗଡ଼-ନୂଆପଡା ରେଳ ଲାଇନ, ଯାହା ପଦ୍ମପୁର ଉପନିର୍ବାଚନ ସମୟରେ ଘୋଷଣା କରାଯାଇଥିଲା, ତାହା କେବେ ଆରମ୍ଭ ହେବ ସୂଚନା ନାହିଁ। ସୀତାପାଲି ଠାରେ ୨୦୧୧-୧୨ ମସିହାରେ ଏକ ଷ୍ଟୋରେଜ ସେଣ୍ଟର ନିର୍ମାଣ ହେବ ବୋଲି ଘୋଷଣା କରାଯାଇଥିଲା ଯାହାର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା, କିନ୍ତୁ ଏହାକୁ ମହାରାଷ୍ଟ୍ରରେ ନିର୍ମାଣ କରାଯାଇଥିଲା। ସେହିପରି କଳାହାଣ୍ଡି ଠାରେ ଇଲେକ୍ଟ୍ରିକ୍‌ ଲୋକୋମୋଟିଭ ମରାମତି କାରଖାନା ପ୍ରତିଷ୍ଠା ହେବ ବୋଲି କୁହାଯାଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ୧୦୦ ଏକର ଜମି ପ୍ରଦାନ କରିଥିଲେ, କିନ୍ତୁ ଏହି ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। ରାଜ୍ୟର ୫୯ଟି ଷ୍ଟେସନର ନବୀକରଣ ହେବ ବୋଲି କୁହାଯାଇଛି, କିନ୍ତୁ ୨୦୧୫ରେ ଭୁବନେଶ୍ୱର ଷ୍ଟେସନର ନବୀକରଣ କାମ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ। ତେଣୁ ଡବଲ ଇଞ୍ଜିନ ସରକାର ଆସିବା ପରେ ରେଳ ବଜେଟ ଓ ସାଧାରଣ ବଜେଟରେ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ଓ ବୈମାତୃକ ମନୋଭାବ ବଢ଼ିଛି ସିନା କମି ନାହିଁ ବୋଲି ଡ଼ ପଟ୍ଟନାୟକ କହିଥିଲେ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ