
ଭୁବନେଶ୍ବର :କଥା କୁହା ବିଜେପି ସରକାରର ଜନବିରୋଧୀ ନୀତିରେ ଜନତା ଅତିଷ୍ଠ ହୋଇଗଲେଣି। ଆଗକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ମିଶି ବିଜେଡିକୁ ଆହୁରି ଶକ୍ତିଶାଳୀ କରିବେ। ତଳସ୍ତରରୁ ସାଙ୍ଗଠନିକ କାର୍ୟ୍ୟକ୍ରମ ସଜାଡିବା ସହ କାର୍ୟ୍ୟକାର୍ତ୍ତାଙ୍କୁ ଭେଟି ଅଗାମୀ ଦିନ ପାଇଁ ନବୀନ ରୋଡମ୍ୟାପ୍ ପସ୍ତୁତ କରିବେ। ନବୀନ ଯୁଆଡେ ଯାଉଛନ୍ତି ସେଠି ଜନ ସମାଗମ ହେଉଛି। ସୋମବାର ଗାନ୍ଧୀମାର୍ଗ ଜନ ସମୁଦ୍ର ପାଲଟି ଥିଲା। ଯାହା ଏକ ଟ୍ରେଲର ଥିଲା। ବିଜେପି ସରକାରର ଜନବିରୋଧୀ ନୀତିରେ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି। ଯାହା ଫଳରେ ହଜାର ହଜାର ଜନତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତାଙ୍କ ନେତା ନବୀନ ପଟ୍ଟନାୟକଙ୍କୁ ସହ ଗଣବିକ୍ଷୋଭ ସମାବେଶରେ ସାମିଲ ହେବାପାଇଁ ଆସିଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ମାଧବ ଧଡ଼ା।
ମଙ୍ଗଳବାର ଗଣମାଧ୍ୟମକୁ ଏକ ବିବୃତ୍ତିରେ ସୋର ବିଧାୟକ ମାଧବ ଧଡ଼ା କହିଛନ୍ତି ସୋମବାର ଆମେ ଟ୍ରେଲର ଦେଖେଇଲୁ ଆଗକୁ ଫିଲ୍ମ ବାକି ଅଛି । ନବୀନ ଯୁଆଡେ ଯାଉଛନ୍ତି ସେଠି ଜନ ସମାଗମ ହେଉଛି । ଗତକାଲି ଗାନ୍ଧୀ ମାର୍ଗ ଜନ ସମୁଦ୍ର ପାଲଟି ଥିଲା । ଆଗକୁ ସବୁ ଜିଲ୍ଲାକୁ ଯିବେ ନବୀନ । ଦଳ ଆହୁରି ସଂଗଠିତ ହେବ । ତଳ ସ୍ତରରେ କାର୍ୟ୍ୟକର୍ତ୍ତାଙ୍କ ମନୋବଳ ବୃଦ୍ଧି ହୋଇ ଲଢ଼ିବାକୁ ଶକ୍ତି ଦେବ।




