
ଦେବଗଡ଼:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ବିଫଳତା,ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ପାଠ୍ୟ ପୁସ୍ତକରେ ତୃଟି କାରଣରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଦିଲ୍ଲୀରେ ନିରୀହ ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସର ଲାଠିମାଡ ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ପାଠ୍ୟ ପୁସ୍ତକ ରେ ୨୨ ଶହରୁ ଉର୍ଦ୍ଧ୍ବ ଭୁଲ ରହିଛି।ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ୪୯ନମ୍ବର ଜାତୀୟ ରାଜପଥର ବିର୍ସା ମୁଣ୍ଡା ଛକରେ ସତ୍ୟାଗ୍ରହ କରାଯାଇଥିଲା।ଏହି ସମୟରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ,ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଆକାଶ ଦାଶ, ମହିଳା କଂଗ୍ରେସ ସଭାନେତ୍ରୀ ଲିତା ଆଚାର୍ଯ୍ୟ,ଜିଲ୍ଲା କଂଗ୍ରେସ ସଂପାଦକ ଗୋଲଖ ନାଏକ, ସୁଶୀଲ ମାଝି,ଆଦିବାସୀ କଂଗ୍ରେସ ସଭାପତି ସୁଶୀଲ ଗୁଡ଼ିଆ,ଏସସି ସେଲ୍ ସଭାପତି ରମେଶ ଚନ୍ଦ୍ର ପାତ୍ର,ସନ୍ତୋଷ ଉଦାବର, ରମାକାନ୍ତ ନାଏକ, ମୁରଲୀ ନାୟକ, ରାଜେଶ ବାର୍ଲା, ଦୁଃଖବନ୍ଧୁ ମୁଣ୍ଡାଙ୍କସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।




