ବିନା ଏୟାର ଫ୍ରେଶନର୍‌ରେ ଫୁଲ ଭଳି ମହକିବ ଘର, ଲଗାନ୍ତୁ ଏହି ଗଛ…

ଆଜିକାଲି ସେଣ୍ଟେଡ୍ କ୍ୟାଣ୍ଡେଲ ଏବଂ ଇଲେକ୍ଟ୍ରିକ୍ ଡିଫ୍ୟୁଜର୍ ଘରକୁ ଆପଣଙ୍କ ମନ ପସନ୍ଦର ମହକ ଦେବାରେ ସଫଳ ଅଟନ୍ତି । ହେଲେ ଏହା ଘରର ପରିବେଶରେ ପ୍ରାକୃତିକ ସତେଜତା ଭରିବାରେ ବିଫଳ ହୋଇଥାନ୍ତି । ଏପରି ସ୍ଥଳରେ ଆପଣ ନିଜ ଘରେ ଏକ ପ୍ରାକୃତିକ ସତେଜତା ଓ ମହକ ଆଣିବା ପାଇଁ ବେଶ୍ କିଛି ଗଛକୁ ନିଜର ଘରର ବଗିଚା, ବାଲକୋନୀ ଏପରି କି ଘର ଭିତରେ ମଧ୍ୟ ରଖିପାରିବେ । ଗୋଟିଏ ଫୁଲ ଧରିଥିବା ଡ଼ାଳ ପୂରା ପରିବେଶକୁ ନିଜର ବାସ୍ନାରେ ମହକାଇ ଦେଇଥାଏ । କୁତ୍ରିମ ବାସ୍ନା ଠାରୁ ଏହି ବାସ୍ନା ଘରେ ଏକ ସତେଜତା ମଧ୍ୟ ଆଣିଦେଇଥାଏ । ଆମେ ଏପରି 6ଟି ଗଛ ବିଷୟରେ ଏବଂ ଏହାର ଯତ୍ନ ନେବା ଶୈଳୀ ବିଷୟରେ ତଳେ ବର୍ଣ୍ଣନା କରିଛୁ…
1. ମାଡାଗାସ୍କର୍ ଜସ୍ମିନ୍:
ଜସ୍ମିନ୍ ଫୁଲର ସୁଗନ୍ଧ ବିଷୟରେ ଯେତେ କହିବା ସେତେ କମ୍ । ବିନା କୌଣସି ପରିଶ୍ରମରେ ଏହି ଫୁଲ ଆପଣଙ୍କ ଘରକୁ ଏକ ସୁନ୍ଦର ଲୁକ୍ ସହିତ ମହକାଇଥାଏ । ଏହାର ମିଠା ମହକ କୌଣସି ମହଙ୍ଗା ପରଫ୍ୟୁମ୍‌ ସହିତ ମଧ୍ୟ ତୁଳନା କରାଯାଇପାରେ । ଏହି ଗଛର ଗୋଟିଏ ଫୁଲ ଫୁଟୁଥିବା ଡ଼ାଳ ସାରା ଘରକୁ ମହକାଇ ଦେଇପାରେ । ଏହି ଫୁଲ ମୁଖ୍ୟତଃ ସଂନ୍ଧ୍ୟା ବେଳ ସମୟରେ ଫୁଟିଥାଏ । ଏହା ସହିତ ଯେବେ ଫୁଲ ଫୁଟିବା ଋତୁ ନଥାଏ ଏହାର ଚମକଦାର ସବୁଜ ପତ୍ର ବିଶିଷ୍ଟ ଗଛ ଆପଣଙ୍କ ଘରର ଶୋଭା ବଢାଇଥାଏ ।

କିପରି ଯତ୍ନ ନେବେ?
ଏହି ଗଛ ପାଇଁ ଆଲୋକ ଆବଶ୍ୟକ ମାତ୍ର ସିଧାସଳଖ ନୁହେଁ ବରଂ ଛାଇ ଆବଶ୍ୟକ କରିଥାଏ । ପୂର୍ବ କିମ୍ବା ଦକ୍ଷିଣ ଦିଗରେ ଏହାକୁ ରଖିବା ଉତ୍ତମ । ଦ୍ବିପହରର ଟାଣ ଖରାରେ ଏହାକୁ ବାହାରେ ରଖିବା ଅନୁଚିତ । ଗଛର ମାଟିକୁ ବସନ୍ତ ଓ ଖରା ଦିନରେ ସାମାନ୍ୟ ଓଦା ରଖିବା ଆବଶ୍ୟକ । ଶୀତଦିନରେ ପାଣି ଦେବା ହ୍ରାସ କରାଯାଇପାରେ ମାତ୍ର ମାଟିକୁ ସମ୍ପୂର୍ଣ୍ଣ ଭାବେ ଶୁଖିବା ପାଇଁ ଦେବା ଅନୁଚିତ୍ ।
2. ହୋୟା ଲାକୁନୋସା

ଏହି ଗଛରେ ଖୁବ୍ ଛୋଟଫୁଲ ଫୁଟିଥାଏ । ମାତ୍ର ଏହାର ବାସ୍ନାରେ ଚାରିଆଡ଼ ମହକି ଉଠେ । ଏହାର ବାସ୍ନାକୁ ଅନେକ ଲୋକ ଡାଲଚିନି, ମହୁ ଓ ଭାନିଲା ଆଦିର ମିଶ୍ରଣ ଭାବେ ବର୍ଣ୍ଣନା କରିଥାନ୍ତି । ଏହି ଫୁଲର ବାସ୍ନା ସଂନ୍ଧ୍ୟା ବେଳେ ବେଶି ଚହଟି ଉଠିଥାଏ । ଆପଣ ଏହି ଗଛକୁ ହାଙ୍ଗିଂ ପଟ୍‌ରେ ଲଗାଇ ପାରିବେ ଫଳରେ ଏହାର ଡ଼ାଳ ତଳକୁ ଓହଳି ଏହାକୁ ଏକ ଅନନ୍ୟ ଲୁକ୍ ଦେଇଥାଏ ।

ଏପରି ନିଅନ୍ତୁ ଯତ୍ନ:

ଏହାକୁ ଆଲୋକିତ ସ୍ଥାନରେ ରଖନ୍ତୁ ମାତ୍ର ସିଧାସଳଖ ଖରାରେ ରଖନ୍ତୁ ନାହିଁ । ଫଳରେ ଅଧିକ ଫୁଲ ଫୁଟିଥାଏ । କମ୍ ଆଲୋକରେ ରଖିଲେ ଏହାର ଫୁଲ ଧରିବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।
ଏହାର ମାଟିର ଉପର ସ୍ତର ଶୁଖିଲା ହେବା ପରେ ପାଣି ଦିଅନ୍ତୁ । ଅତ୍ୟଧିକ ପାଣି ଦେଲେ ପୁଣି ଏହାର ମୂଳ ଖରାପ ହୋଇଯିବାର ସମ୍ଭାବନା ରହିଥାଏ ।
3. କାଟ୍‌ଲେୟା ଅର୍କିଡ୍:

ଅର୍କିଡ୍ ଫୁଲ ମଧ୍ୟରେ କାଟ୍‌ଲେୟା ଅର୍କିଡ୍ ଭିନ୍ନ ଅଟେ । ଏହାର ଫୁଲର ଆକାର ସାମାନ୍ୟ ବଡ଼ । ବିଭିନ୍ନ ପ୍ରଜାତିର ଅର୍କିଡ୍‌ର ବାସ୍ନା ମଧ୍ୟ ଭିନ୍ନ ହୋଇଥାଏ । ଏହାର ବାସ୍ନା ସତେଜ ଲେମ୍ବୁର ବାସ୍ନା ଠାରୁ ନେଇ ଭାନିଲା, କେତେକ ଫୁଲ ମହୁ ଭଳି ମଧ୍ୟ ବାସ୍ନା ହୋଇଥାଏ । ଏକ ମୁଠା ଫୁଲ ଆପଣଙ୍କ ସାରା ଘରକୁ ମହକାଇବା ପାଇଁ ଯଥେଷ୍ଟ ଅଟେ ।

ଏପରି ନିଅନ୍ତୁ ଯତ୍ନ:

ଏହି ଗଛ ପାଇଁ ସକାଳର କଁଅଳିଆ ଖରା ସର୍ବୋତ୍ତମ । ମାତ୍ର ମଧ୍ୟାହ୍ଣର ତୀବ୍ର ଖରା ଖୁବ୍ କ୍ଷତିକାରୀ ଅଟେ ।
ଗଛର ମାଟି ପାଖାପାଖି ଶୁଖିଲା ହେବା ପରେ ହିଁ ଏଥିରେ ପାଣି ଦେବା ଆବଶ୍ୟକ । ଅର୍କିଡ୍ ଗଛର ମୂଳ ଅତ୍ୟଧିକ ପାଣିକୁ ସହ୍ୟ କରିପାରେ ନାହିଁ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ