ବୁଲା ଗୋରୁ ବିପଦର ମୁକାବିଲା ପାଇଁ ଯୋଜନା

ଭୁବନେଶ୍ୱର, ୧୮/09: ନିରାପଦ ଯାତ୍ରା ଓ ସୁରକ୍ଷିତ ସଡକ ପ୍ରତି ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ରାଜପଥ ଏବଂ ରାସ୍ତାଘାଟରେ ବୁଲୁଥିବା ଗାଈଗୋରୁଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି।
ରାଜ୍ୟରେ ସଡ଼କ ସୁରକ୍ଷା ବୃଦ୍ଧି କରିବା ସହିତ ମଣିଷ ଏବଂ ପଶୁ କଲ୍ୟାଣ ଉଭୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବ ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାସ୍ତାରେ ବୁଲୁଥିବା ଗୋରୁ ସଡକ ସୁରକ୍ଷା ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି, ଯାହା ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ପାଲଟୁଛି । ବୈଠକର ବିବରଣୀରୁ ପ୍ରକାଶ, ଓଡ଼ିଶାରେ ସଡ଼କ ଦୁର୍ଘଟଣା ତଥ୍ୟ ରୁ ଜଣାଯାଇଛି ଯେ ୨୦୨୨ ମସିହାରେ, ୯୫୨ ଦୁର୍ଘଟଣା ଏବଂ ୫୨୧ ମୃତ୍ୟୁ ରିପୋର୍ଟ କରାଯାଇଥିଲା; ୨୦୨୩ ମସିହାରେ, ୧,୧୬୮ ଦୁର୍ଘଟଣା ଏବଂ ୬୪୩ ମୃତ୍ୟୁ; ଏବଂ ୨୦୨୪ ରେ, ୯୦୩ ଟି ଦୁର୍ଘଟଣା ଏବଂ୪୩୭ ଜଣଙ୍କର ମୃତ୍ୟୁ ରାସ୍ତାରେ ଗାଈେଗାରୁଙ୍କ ବିଚରଣ ଯୋଗୁଁ ହୋଇଥିଲା। ଏହା ସହିତ, ୨୦୨୨ ରୁ ୨୦୨୫ (ଅଗଷ୍ଟ) ପର୍ଯ୍ୟନ୍ତ ୩୩୧ ପଶୁଙ୍କର ଯାନବାହନ ଧକ୍କା ଯୋଗୁଁ ମୃତ୍ୟୁ ହୋଇଥିଲା। ଏହି ପରିସଂଖ୍ୟାନ ସମନ୍ୱିତ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତାକୁ ଦର୍ଶାଉଛି ।
ବୈଠକରେ ଚିହ୍ନଟ ହୋଇଥିବା ଜାତୀୟ ରାଜପଥର ଷ୍ଟ୍ରେଚଗୁଡ଼ିକୁ ନିକଟବର୍ତ୍ତୀ ପୌରାଞ୍ଚଳ ସହିତ ସଂଯୋଗ କରିବା ପାଇଁ ଏକ ମିଶନ-ମୋଡ୍ ରଣନୀତି ଉପରେ ଧ୍ୟାନ ଦିଆଯାଇଥିଲା ଯାହା ଦ୍ଵାରା ବିଦ୍ୟମାନ ଏବଂ ନୂତନ ଗୋଶାଳା ମାଧ୍ୟମରେ ଗୋ-ନିୟନ୍ତ୍ରଣ ଏବଂ ଆଶ୍ରୟସ୍ଥଳ ସୁନିଶ୍ଚିତ କରାଯାଇପାରିବ । ଆଲୋଚନାରେ ବୁଲା ପଶୁଙ୍କ ଉପସ୍ଥିତି ସହିତ ରାଜପଥରେ ଦୁର୍ଘଟଣା-ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା, ବିଦ୍ୟମାନ ଗୋଶାଳାଗୁଡ଼ିକୁ ସୁଦୃଢ଼ କରିବା ଏବଂ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ସହାୟତାରେ ଏନ୍ଜିହଓମାନଙ୍କ ସହିତ ସେବା-ମୁଖୀ ସହଭାଗୀତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜନସଚେତନତା ଏବଂ ଦାୟିତ୍ୱବୋଧତାକୁ ବୃଦ୍ଧି କରିବା ପାଇଁ ପଶୁମାନେ ରାସ୍ତା ଅତିକ୍ରମ କରୁଥିବା ସ୍ଥାନରେ ବାଡ଼ ଦେବା ଏବଂ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ଶ୍ରୀମତୀ ପାଢୀ ଗୁରୁତ୍ୱାରୋପ କରି କହିଥିଲେ ଯେ ରାସ୍ତାରେ ବୁଲୁଥିବା ଗାଈଗୋରୁ କେବଳ ଏକ ସମସ୍ୟା ନୁହେଁ ବରଂ ଜୀବନ ପ୍ରତି ବିପଦ, ଏବଂ ଓଡ଼ିଶା ଏକ ପ୍ରଯୁକ୍ତିବିଦ୍ୟା-ସକ୍ଷମ ପଦ୍ଧତି ପ୍ରତି ପ୍ରତିଶ୍ରୁତିବଦ୍ଧ ଯାହା ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ଏବଂ ପଶୁମାନଙ୍କ ପାଇଁ ସମ୍ମାନ ସୁନିଶ୍ଚିତ କରିବ । ଏହି ପଦକ୍ଷେପ ପ୍ରଥମଥର ପାଇଁ ଏକ ସମନ୍ୱିତ ମଡେଲ, ଯେଉଁଥିରେ ପଶୁମାନଙ୍କ ପାଇଁ ବାଡ଼ ଦେବା, ସହଜରେ ରାସ୍ତା ପାର ପାଇଁ ବ୍ୟବସ୍ଥା କରିବା, ଜବତ ଏବଂ ଦଣ୍ଡ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ, ଭ୍ରାମ୍ୟମାଣ ପଶୁଚିକିତ୍ସା ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ସହାୟତା, ରାସ୍ତାକଡର ଲୋକମାନଙ୍କୁ ସେଚତନ କରିବା ଏବଂ ଓଡ଼ିଶାର ରାସ୍ତାଗୁଡ଼ିକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ରଖିବା । ବୈଠକରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୌର ନିର୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ନିର୍ଦ୍ଦେଶକ, ପଶୁପାଳନ ଏବଂ ପଶୁଚିକିତ୍ସା ସେବା, ଜାତୀୟ ରାଜପଥ ଏବଂ ଓଡ଼ିଶା ପୋଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ