
ଦେବଗଡ଼:ବେଆଇନ ଦେଶୀ ବନ୍ଧୁକ ଧରି ଦେବଗଡ ଥାନାର ସୁନାମୁଣ୍ଡା ଗ୍ରାମରେ ଆତଙ୍କ ଖେଳାଉଥିବା ଜଣେ ଯୁବକକୁ ଆଜି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁନାମୁଣ୍ଡା ଗ୍ରାମର ରୋହିତ ବେହେରା(୨୫)। ରୋହିତ ଏକ ଦେଶୀ ବନ୍ଧୁକ ଧରି ଗ୍ରାମରେ ଆତଙ୍କ ଖେଳାଇବା ସହ ସେହି ଗ୍ରାମର ରଘୁନାଥ ନାଏକ ଙ୍କ ଘରକୁ ଯାଇ ତାଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲା।ଏନେଇ ରଘୁନାଥ ଦେବଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ରୋହିତକୁ ଗିରଫ କରିବା ସହ ତା ପାଖରୁ ଏକ ଦେଶୀ ବନ୍ଧୁକ ସହ ବନ୍ଧୁକ ନିର୍ମାଣରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ଏନେଇ ଆଜି ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତଏସପି ଧିରଜ ଚୋପଦାର ସୂଚନା ଦେଇଛନ୍ତି। ଦେବଗଡ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ରୋହିତକୁ କୋର୍ଟ ଚାଲାଣ କରିଛି। ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥି, ଏସଆଇ ବିନୟ ପ୍ରସାଦ ପରିଡା ଉପସ୍ଥିତ ଥିଲେ।




