ବୈତରଣୀରେ ବୁଡ଼ିଗଲେ ସ୍ବାମୀ-ସ୍ତ୍ରୀ

କଳିଙ୍ଗନଗର: ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଉଛନ୍ତି ଆନ୍ଧ୍ରପ୍ରଦେଶ ପାଲାମନେର ଅଞ୍ଚଳର ଏମ୍‌. ଶ୍ରୀନିବାସ ସୁଲୁ ଓ ଏମ୍‌. ଦେବୀ। ମା’ ବିରଜାଙ୍କ ଦର୍ଶନ ସାରି ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ବୁଡ଼ ପକାଉଥିବା ବେଳେ ଘଟିଥିଲା ଏହି ଦୁଃଖଦ ଘଟଣା।
ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସିଥିଲେ ଆନ୍ଧ୍ରପ୍ରଦେଶର ଏହି ଦମ୍ପତି। ଦର୍ଶନ ପରେ ଦଶାଶ୍ୱମେଧ ଘାଟ ନିକଟରେ ବୈତରଣୀ ନଦୀରେ ସ୍ନାନ କରୁଥିବା ସମୟରେ ହଠାତ୍‌ ଉଭୟ ନଦୀରେ ବୁଡ଼ିଯାଇଥିଲେ। ଉଭୟଙ୍କୁ ବୁଡ଼ିଯାଉଥିବା ଦେଖି ସେଠାରେ ଉପସ୍ଥିତ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ହେଲେ ଚିକିତ୍ସା ସମୟରେ ଉଭୟଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁଃଖଦ ଘଟଣାକୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଯାଇଛି।

  • Related Posts

    ବାଘ ଶିକାର ଯୋଜନା ପଣ୍ଡ, ୨ ଶିକାରୀ ଗିରଫ

    ସମ୍ବଲପୁର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ କଲରାପତରିଆ ବାଘ ଶିକାର ପାଇଁ ଯୋଜନା କରିଥିବା ୨ ଜଣ ଶିକାରୀ ରାଉତପଡା ଗାଁ ର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁ ପ୍ରସାଦ ସୁଇ (୪୮) ଙ୍କୁ ବନ ବିଭାଗ ଗିରଫ କରିଛି। ଡେବ୍ରିଗଡ଼…

    Continue reading
    ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ସୁନ୍ଦରଗଡ଼: ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ଯୁବକ ୯ ତାରିଖରୁ ନିଖୋଜ ଥିଲେ। ଆଜି ସକାଳୁ ନଦୀର କୁସୁମୁରା ଘାଟରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି