ବ୍ୟାପକ ବୃକ୍ଷରୋପଣ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି। ଏହି ଅବସରରେ ଲୋକ ଭବନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ପରିବେଶ ସଂରକ୍ଷଣ ଏକ ସାମୁହିକ ଦାୟିତ୍ୱ ଅଟେ। ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରି ନିଜର ଯୋଗଦାନ ରଖିବା ଉଚିତ।

ଏକ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ ପରିବେଶ ଦିବସ ପୃଥିବୀ ଓ ପ୍ରକୃତି ସମ୍ପର୍କରେ ଚିନ୍ତା କରିବାର ଅବସର ଆଣେ I ପରିବେଶକୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ଏହାର ସୁରକ୍ଷା ପାଇଁ ଚାରା ରୋପଣ ଦ୍ୱାରା ଆମେ ଏକ ଛୋଟ କିନ୍ତୁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇପାରିବା ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ଏକ ପେଡ଼ ମା କେ ନାମ’ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରତ୍ୟେକ ନାଗରିକ ଅତି କମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି I

‘ଇଚ୍ ୱାନ୍, ପ୍ଲାଣ୍ଟ୍ ୱାନ୍’ (ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଚାରା ରୋପଣ କରିବା) ସ୍ଲୋଗାନ ସମସ୍ତଙ୍କର ଧେୟ ହେବ ଉଚିତ ବୋଲି ରାଜ୍ୟପାଳ କହିଛନ୍ତି ହେବ ଉଚିତ ।”

ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ବୃକ୍ଷ ବାୟୁକୁ ବିଶୁଦ୍ଧ କରେ, ଜୈବ ବିବିଧତା ସଂରକ୍ଷଣ କରେ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରତିକାର କରେ। ବ୍ୟକ୍ତି ଓ ସମାଜର ଛୋଟ ପ୍ରୟାସ ମଧ୍ୟ ପରିବେଶ ସଂରକ୍ଷଣରେ ବହୁତ ବଡ଼ ପ୍ରଭାବ ପକାଇପାରେ।

ଯୁବପିଢ଼ିକୁ ପରିବେଶ ସଂରକ୍ଷଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଢି ତୋଳିବାକୁ ଯୁବକ-ଯୁବତୀମାନେ ସକ୍ରିୟ ଭାବେ ଯୋଗଦାନ ଦେବାକୁ ରାଜ୍ୟପାଳ ନିବେଦନ କରିଛନ୍ତି I

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ