ବୟନ, ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

ଭୁବନେଶ୍ଵର: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ । ଆଜି ମୋଟ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ୩୬ଟି ୟୁନିଟରେ ₹୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି । ଏହା ଯୋଗୁଁ ରାଜ୍ୟରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
“ଦ ଇମରଜିଙ୍ଗ ଡେଷ୍ଟିନେସନ ଫର ଟେକ୍ସଟାଇଲସ୍, ଆପାରେଲସ୍ ଆଣ୍ଡ ହାଣ୍ଡଲୁମସ୍” (ବୟନ, ପୋଷାକ, ଏବଂ ହସ୍ତତନ୍ତ ପାଇଁ ସମ୍ଭାବନାର କ୍ଷେତ୍ର) ଶୀର୍ଷକ ପ୍ରଥମ ଅଧିବେଶନରେ ମାନ୍ୟବର ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ ଉଦ୍ୟୋଗୀଙ୍କୁ ସୁହାଇବା ଭଳି ନୀତି, ଦୃଢ ଭିତ୍ତିଭୂମି, ଆବଶ୍ୟକୀୟ କଞ୍ଚାମାଲ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ସୁଦକ୍ଷ ବୁଣାକାର ଓ ଡବଲ ଇଂଜିନ୍ ସରକାର ଆମର ଶକ୍ତି । ତେଣୁ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟରେ ବିପୁଳ ସୁଯୋଗ ରହିଛି ।
ବୟନ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ଦୃଷ୍ଟିକୋଣର ଏକ ନିରନ୍ତର ଅନୁସରଣ ବୋଲି କହିଥିଲେ ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ।
ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଓଡ଼ିଶାରେ ଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ୮ଟି ଜିଆଇ ଟ୍ୟାଗ୍‍ ମାନ୍ୟତାପ୍ରାପ୍ତ ହସ୍ତତନ୍ତ ବସ୍ତ୍ର ଓଡ଼ିଶାର ଗରିମାମୟ ହସ୍ତତନ୍ତ ପରମ୍ପରାର ନିଦର୍ଶନ ବୋଲି କହିଥିଲେ । ଅଧିକ ପୁଞ୍ଜି ନିବେଶ ହେଲେ ଭିତ୍ତିଭୂମି, ବଜାର ଏବଂ ଦକ୍ଷତା ବିକାଶରେ ବୃଦ୍ଧି ହେବା ସହ ବୁଣାକାର ଏବଂ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ ।
ଏହି ଅଧିବେଶନରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସରକାରଙ୍କ ବୟନ କମିଶନର ଶ୍ରୀମତୀ ରୂପ ରାଶି ପ୍ରମୁଖ ଯୋଗ ଦେଇଥିଲେ । ସଂଶୋଧିତ ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ନୀତି-୨୦୨୨ (OATTP-2022)ର କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଉନ୍ମୋଚିତ ହୋଇଥିଲା ।
ଶ୍ରୀ ମା ଟେକ୍ସଟାଇଲ୍ସ, ମା ବନଦୁର୍ଗା ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍, ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ସ, ତିଳୋତ୍ତମା ପ୍ରୋପ୍ରାଇଟର୍ସ, ଅରୁନ୍ଧତୀ ବାନ୍ଧକଳା, ଅନୁଭବ ନିଟ୍ୱେୟାର, ସେଡ୍ରା ଫିଲ୍ଟ୍ରେସନ୍ ଭଳି ପ୍ରମୁଖ ଶିଳ୍ପ ସହିତ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହା ଭବିଷ୍ୟତର ପ୍ରଗତି ଏବଂ ବିକାଶ ପାଇଁ ପଥ ପ୍ରସ୍ତୁତ କରିବ । ଉଲ୍ଲେଖଯୋଗ୍ୟ ଯେ, ଏହି ଅବସରରେ GI ପରର ପଦକ୍ଷେପ ଏବଂ ରେଶମ ଚାଷ କ୍ଷେତ୍ରରେ ମୋଡାଲ୍ ଇକୋ-ରେସ୍ ସଂରକ୍ଷଣ ଉପରେ ଟେକ୍ସଟାଇଲ୍ସ କମିଟି/SIDBI ଏବଂ କେନ୍ଦ୍ରୀୟ ରେଶମ ବୋର୍ଡ଼ ସହ ୨ ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା ।
ଅପାର ସମ୍ଭାବନାର କ୍ଷେତ୍ର ପାଲଟିଥିବା ବୟନ, ପୋଷାକ, ହସ୍ତତନ୍ତ ଏବଂ ରେଶମ ଚାଷରେ ବିପୁଳ ପୁଞ୍ଜି ନିବେଶ ପାଇଁ ପ୍ରମୁଖ ଶିଳ୍ପପତି, ଉଦ୍ୟୋଗପତି ଓ ଅଂଶୀଦାରମାନଙ୍କୁ ମଞ୍ଚାସୀନ ଅତିଥିମାନେ ଆହ୍ୱାନ ଦେଇଥିଲେ । ମେସର୍ସ ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ସାହାନା ଗ୍ରୁପ୍ସ, ଟ୍ରାଇମେଟ୍ରୋ (EPIC ଗ୍ରୁପ୍), ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ଇଣ୍ଡୋରାମା ସିନ୍ଥେଟିକ୍ସ, MAS ହୋଲ୍ଡିଂସ୍ ଭଳି ପ୍ରତିଷ୍ଠିତ ପୋଷାକ ଶିଳ୍ପସଂସ୍ଥାମାନେ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।
Karuna Silk and Technical Textiles – Odisha’s Tryst with Ethics and Sectoral Utilities (କରୁଣା ସିଲ୍କ ଏବଂ ବୈଷୟିକ ବୟନଶିଳ୍ପ : ନୈତିକତା ଓ କ୍ଷେତ୍ରୀୟ ଉପଯୋଗିତାକୁ ନେଇ ଓଡ଼ିଶାର ପ୍ରୟାସ) ଶୀର୍ଷକ ଅଧିବେଶନରେ ବୟନ ମନ୍ତ୍ରାଳୟର ଉପ-ମହାନିର୍ଦ୍ଦେଶକ ଶ୍ରୀ ଅଖିଳେଶ କୁମାର; ଶ୍ରୀଲଙ୍କା ଏମଏଏସ୍ ହୋଲ୍ଡିଂସ୍ ର ସିଇଓ ଶ୍ରୀ ମଲିକ ଅହମଦୀନ; ଟ୍ରିମେଟ୍ରୋ (EPIC ଗ୍ରୁପ୍)ର ସିଇଓ ଶ୍ରୀ ସୁରଜ କାଲରା; ଇଣ୍ଡୋରାମା ସିନ୍ଥେଟିକ୍ସର ପରାମର୍ଶଦାତା ଶ୍ରୀ ଆର କେ ଭିଜ; ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ର ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ଉପଦୀପ ସିଂହ ଚତ୍ରଥ, ସାହି ଏକ୍ସପୋର୍ଟସ୍ ର ପରାମର୍ଶଦାତା (ବାଣିଜ୍ୟ) ଶ୍ରୀ ଆରପି ଗୋଏଲ, ଅରୁନ୍ଧତୀ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେର, ଶ୍ରୀ ମୁକେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ସେଡ୍ରା ଫିଲ୍ଟ୍ରେସନ୍ସ, ଭୁବନେଶ୍ୱର; ଶ୍ରୀ ଧନଞ୍ଜୟ ସାହୁ, ସିଜିଏମ୍-ପେଟ୍ରୋକେମିକାଲ୍ସ, ଆଇଓସିଏଲ୍, ନୂଆଦିଲ୍ଲୀ; ଶ୍ରୀ ପି. ଶିବକୁମାର, ସଦସ୍ୟ ସଚିବ, କେନ୍ଦ୍ରୀୟ ରେଶମ ବୋର୍ଡ, ବେଙ୍ଗାଲୁରୁ; ଶ୍ରୀ ଡି. ଏସ. କାସାରେ, ନିର୍ଦ୍ଦେଶକ, କାସାରେ ବନ୍ ସିଲ୍କ ମିଲ୍ ପ୍ରାଇଭେଟ୍ ଲିମିଟେଡ୍, ରାୟପୁର; ଡକ୍ଟର କାର୍ତ୍ତିକ ନେଓଗ୍, ନିର୍ଦ୍ଦେଶକ, କେନ୍ଦ୍ରୀୟ ମୁଗା ଓ ଏରି ରେଶମ ଗବେଷଣା କେନ୍ଦ୍ର, ଆସାମ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    ଖୁସିଖବର : ନଭେମ୍ବର ସୁଦ୍ଧା ସରିବ ଅଧ୍ୟାପକ ନିଯୁକ୍ତି  

    ଭୁବନେଶ୍ୱର, ଅକ୍ଟୋବର ୩: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ