ଓଡ଼ିଶାର ସବୁଜ ଶକ୍ତିର ଭବିଷ୍ୟତର ସଂରକ୍ଷଣ ଓ ଅକ୍ଷୟ ଶକ୍ତିର ଆକାଂକ୍ଷା ପୂରଣ କରିବା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତର ବୃହତ ପୁଞ୍ଜିନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ 2025 ର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ପାଇଁ ଉପକରଣ ଉତ୍ପାଦନ ନିମନ୍ତେ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହୋଇଯାଇଛି । ଅଧିବେଶନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ନିବେଶକ, ଛାତ୍ରଛାତ୍ରୀଙ୍କ ସମେତ 300 ରୁ ଅଧିକ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ସବୁଜ ଶକ୍ତିର ଭବିଷ୍ୟତକୁ ସଂରକ୍ଷିତ କରିବା ଏବଂ ଅକ୍ଷୟ ଶକ୍ତିର ଆକାଂକ୍ଷାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ନିବେଶକମାନଙ୍କୁ ଆହ୍ବାନ କରୁଛନ୍ତି ।

ବିକଶିତ ଓଡ଼ିଶା 2047 ର ଦୃଷ୍ଟିକୋଣକୁ ଆଧାର କରି ଓଡ଼ିଶା ରାଜ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ଏବଂ ଭବିଷ୍ୟତ ଚିନ୍ତାଧାରର ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗର ବିକାଶ କରିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଏହି ସମ୍ମିଳନୀର ଆୟୋଜନ ଦ୍ବାରା ଶକ୍ତି କ୍ଷେତ୍ର ନିମନ୍ତେ ବିଶ୍ବର ଅଗ୍ରଣୀ ଶିଳ୍ପପତିମାନେ 4.33 ଲକ୍ଷ କୋଟି ଟଙ୍କା ନିବେଶ କରିବା ନେଇ ଇଚ୍ଛାପ୍ରକାଶ କରିଛନ୍ତି ।

ଅକ୍ଷୟ ଶକ୍ତିକୁ ନେଇ ଦୁଇଟି ଅଧିବେଶନର ଆୟୋଜନ କରାଯାଇଥିଲା । ପ୍ରଥମ ଅଧିବେଶନରେ ଶ୍ରୀ ଇମାଦ ଫାଖୋରେ, ଆଞ୍ଚଳିକ ନିର୍ଦ୍ଦେଶକ, ଆଇଏଫସି (International Finance Corporation), ଶ୍ରୀ ସମୀର ସକ୍ସେନା, ଉପାଧ୍ୟକ୍ଷ, ଗ୍ରୀନ ହାଇଡ୍ରୋଜେନ୍ ଆଣ୍ଡ ନିୟୁ ବିଜନେସ୍ ଡେଭଲପମେଣ୍ଟ, ରିନିୟୁ, ଶ୍ରୀ ରମେଶ କୁମାର କୁରୁପ୍ପାଥ, ମୁଖ୍ୟ, ଆଇଏସଏ (International Solar Alliance ), ଶ୍ରୀ ସାନିଲ୍ ନମ୍ବୋଦିରିପଦ୍, ଏମଡି, ଓଟିପିସି, ଶ୍ରୀ କପିଲ ମାହେଶ୍ବରୀ, ସିଇଓ, ୱେଲସ୍ପୁନ୍ ନିୟୁ ଏନର୍ଜି, ଶ୍ରୀ ଡିଏମଆର୍ ପଣ୍ଡା, ମୁଖ୍ୟ ପରିଚାଳକ, ଏନଟିପିସି ଉପସ୍ଥିତ ରହି ଅକ୍ଷୟ ଶକ୍ତି ମାଧ୍ୟମରେ ଓଡ଼ିଶାକୁ କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି ।

ଦ୍ବିତୀୟ ଅଧିବେଶନରେ ଶ୍ରୀ ମୋଜାମ ମେକାନ, ହବ୍ ଲିଡର୍, ଆଇଏଫସି, ଶ୍ରୀ ପ୍ରଦୀପ କୁମାର ଦାସ, ସିଏମଡି, ଆଇଆରଇଡିଏ, ଶ୍ରୀ ସନ୍ତୋଷ ଖରିନାର, ଅଧ୍ୟକ୍ଷ, ଆଇନକ୍ସ ୱିଣ୍ଡ, ଶ୍ରୀ ପ୍ରଶାନ୍ତ ଚୌବେ, ଅଧ୍ୟକ୍ଷ, ଏଭିଏଏଡିଏ ଉପସ୍ଥିତ ରହି ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମର ବିକାଶ କରିବା ସହ ଏକ ଅଭିବୃଦ୍ଧିର ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଛି । ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ କୁମାର ଦେବ ସ୍ବାଗତ ଅଭିଭାଷଣ ରଖିଥିଲେ ।

ଆଜି ମୋଟ୍ 1.24 ଲକ୍ଷ କୋଟି ଟଙ୍କା ନିବେଶରେ ଫ୍ଲୋଟିଂ ସୋଲାର୍, ଗ୍ରାଉଣ୍ଡ ମାଉଣ୍ଟେଡ୍ ସୋଲାର୍, ପିଏସି, ୱିଣ୍ଡା ଆଣ୍ଡ ଥର୍ମାଲ ପ୍ରକଳ୍ପ ନିମନ୍ତେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (MCL) ସହ ଚୁକ୍ତିନାମା ସ୍ବାକ୍ଷର, ସୋଲାର୍ ଏବଂ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଏନଏଲସି (NLC) ସହ ଚୁକ୍ତିନାମା ସ୍ବାକ୍ଷର, ସୋଲାର୍, ୱିଣ୍ଡ, ହାଇବ୍ରିଡ୍, ଶକ୍ତି ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଆଇଓସିଏଲ୍ (IOCL) ସହ ଚୁକ୍ତି ସ୍ବାକ୍ଷର, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ ପ୍ରକଳ୍ପ, ସୋଲାର୍ ଆଣ୍ଡ ୱିଣ୍ଡ ପ୍ରକଳ୍ପ ପାଇଁ ଏନଜିସି (NGC) ସହ ରାଜିନାମା ସ୍ବାକ୍ଷର, ସୋଲାର୍ ଆଣ୍ଡ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଆରଇସି-ପିଡିସିଏଲ୍ (REC-PDCL) ସହ ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ସିବିଜି (Compressed Bio-gas) ପ୍ରକଳ୍ପ ପାଇଁ ଏଚପିସିଏଲ୍ (HPCL) ସହ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି । ଏଥିସହିତ ଓଡ଼ିଶା ଶକ୍ତି କ୍ଷେତ୍ର- ଭବିଷ୍ୟତ ନିବେଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କଫିଟେବୁଲ ବହି ଉନ୍ମୋଚିତ ହୋଇଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ: ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

    ଭୁବନେଶ୍ୱର: ଭାରତ ୨୦୨୬ରେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଏହି କ୍ରମରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ । ଏଥିସହିତ ବ୍ରିକ୍ସ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ