ଭାରତକୁ ଏସ୍‌ୟୁ-୫୭ ଯୁଦ୍ଧବିମାନ ଦେବ ରୁଷ୍‌

ମସ୍କୋ: ଭାରତକୁ ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧବିମାନ ‘ଏସ୍‌ୟୁ-୫୭’ (ସୁଖୋଇ-୫୭) ଯୋଗାଇ ଦେବାକୁ ରୁଷ୍ ପ୍ରସ୍ତାବ ଦେଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମେ କୌଣସି ପ୍ରତିବନ୍ଧକ କିମ୍ବା ସୀମା ନରଖି ଭାରତ ସହିତ ମିଳିତ ଭାବେ ‘ଏସ୍‌ୟୁ-୫୭’ ଯୁଦ୍ଧବିମାନର ବିକାଶ ଓ ଉତ୍ପାଦନ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଭାରତକୁ ଏହି ଯୁଦ୍ଧବିମାନର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ବିକାଶ କ୍ଷେତ୍ରରେ ରୁଷ କୌଣସି କଟକଣା ରଖିବ ନାହିଁ। ଏହା ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଏକ ପରୋକ୍ଷ କଟାକ୍ଷ ଯେଉଁମାନେ କି ପ୍ରଯୁକ୍ତିବିଦ୍ୟା ଦେବା ସମୟରେ ଅନେକ ସର୍ତ୍ତ ରଖିଥାନ୍ତି।ପୁଟିନ ମନେ ପକାଇ ଦେଇଛନ୍ତି ଯେ ରୁଷ ପ୍ରଥମେ ଏହି ପ୍ରକଳ୍ପ ଭାରତ ସହ ମିଳିତ ଭାବେ ଆରମ୍ଭ କରିବାକୁ ଚାହୁଁଥିଲା; କିନ୍ତୁ ସେତେବେଳେ ଭାରତ କହିଥିଲା ଆପଣ (ରୁଷ) ନିଜେ ଏହାକୁ ପ୍ରସ୍ତୁତ କରନ୍ତୁ, ପରେ ଆମେ ଦେଖିବା। ଏହାପରେ ରୁଷ ନିଜେ ଏହାକୁ ବିକଶିତ କଲା। କିନ୍ତୁ ରୁଷ ଏବେ ଏହି ପ୍ରଯୁକ୍ତିବିଦ୍ୟା ଭାରତକୁ ଦେବାକୁ ପ୍ରସ୍ତୁତ। ପୁଟିନଙ୍କ ମତରେ ଏସ୍‌ୟୁ-୫୭ ବର୍ତ୍ତମାନ ସୁଦ୍ଧା ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ। ଏହା ଶତ୍ରୁର ରାଡାରକୁ ଚକମା ଦେବାରେ ଏବଂ ଆକାଶରୁ ଆକାଶ, ଭୂପୃଷ୍ଠ ତଥା ସମୁଦ୍ରରେ ଥିବା ଲକ୍ଷ୍ୟଭେଦ କରିବାରେ ଅତ୍ୟନ୍ତ ଶକ୍ତିଶାଳୀ। ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ କୌଣସି ପଞ୍ଚମ ପିଢ଼ିର ଷ୍ଟେଲଥ୍ (ଦୃଶ୍ୟମାନ ହେଉ ନଥିବା) ଯୁଦ୍ଧବିମାନ ନାହିଁ। ଅପରପକ୍ଷରେ ଚୀନ୍ ପାଖରେ ଜେ-୨୦ ରହିଛି ଏବଂ ପାକିସ୍ତାନ ମଧ୍ୟ ଚୀନ୍‌ଠାରୁ ଜେ-୩୫ ଷ୍ଟେଲଥ୍ ଯୁଦ୍ଧବିମାନ ଆଣିବାକୁ ଯୋଜନା କରୁଛି।
ଭାରତ ନିଜର ଦେଶୀ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ତିଆରି ଉପରେ କାମ କରୁଛି; କିନ୍ତୁ ଏହା ବାୟୁସେନାରେ ସାମିଲ ହେବାକୁ ପ୍ରାୟ ୨୦୩୫ ମସିହା ହୋଇଯାଇପାରେ। ଏହି ସମୟ ମଧ୍ୟରେ ସୁରକ୍ଷା ବ୍ୟବଧାନକୁ ପୂରଣ କରିବା ପାଇଁ ଭାରତ ରୁଷରୁ ପ୍ରାୟ ୩୬ଟି (୨ଟି ସ୍କ୍ୱାଡ୍ରନ) ଏସ୍‌ୟୁ-୫୭ କିଣିବା ବିଷୟରେ ଚିନ୍ତା କରିପାରେ। ଭାରତର ସରକାରୀ ପ୍ରତିରକ୍ଷା ସଂସ୍ଥା ହାଲ୍‌ ବର୍ତ୍ତମାନ ସୁଖୋଇ ଡିଜାଇନ୍ ବ୍ୟୁରୋ ସହିତ ଯୋଗାଯୋଗ ପୂର୍ବକ ଏହି ଯୁଦ୍ଧବିମାନକୁ ମିଳିତ ଭାବେ ତିଆରି କରିବାକୁ ଯୋଜନା ଚଳାଇଛି।

  • Related Posts

    ହାତୀ ଛୁଆର ମୃତଦେହ ଉଦ୍ଧାର

    ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର। ମୃତ ହାତୀଟି ଏକ ଅଣ୍ଡିରା ହାତୀ ଶାବକ ବୋଲି ଜଣାପଡ଼ିଛି। ତେବେ ହାତୀ ଛୁଆର କେମିତି ମୃତ୍ୟୁ ତାହା…

    Continue reading
    ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି

    ଭୁବନେଶ୍ଵର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମରୁ ଉପକୂଳ। ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି। ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵର ତାପମାତ୍ରା ୩୮ ଡିଗ୍ରୀ ଓ ଆର୍ଦ୍ରତା ୫୧ % ରେକର୍ଡ ହୋଇଛି। ରାଜଧାନୀରେ ୪୯ ଡିଗ୍ରୀ ପରି ତାତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ