OSWALIରେ ଜଳଭାଗରେ ଜୀବନରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ୍ ପ୍ରତିନିଧିବୃନ୍ଦ

ଭୁବନେଶ୍ୱର/ପୁରୀ, : ପୁରୀଠାରେ ଚାଲିଥିବା ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦଯାପନୀ ଦିବସରେ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିବୃନ୍ଦ ବିପର୍ଯ୍ୟୟ ପରିଚାଳନାରେ ପାରସ୍ପରିକ ସହଯୋଗ ସୁନିଶ୍ଚିତ କରିବା ନିମନ୍ତେ ଆଲୋଚନା କରିଥିଲେ l ଅପରାହ୍ନରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(Odisha State Watermanship and Lifeguard Institute), ରାମଚଣ୍ଡୀ ପରିଦର୍ଶନ କରିଥିଲେ l OSWALI ପକ୍ଷରୁ ରାମଚଣ୍ଡୀ ମୁହାଣରେ ଜଳରେ ଘଟୁଥିବା ଦୁର୍ଘଟଣାକୁ ପ୍ରତିରୋଧ କରିବା ନିମନ୍ତେ ଦୁଃସାହସିକ ଜୀବନରକ୍ଷା କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହୋଇଥିଲା l ଲାଇଫ୍ ଜ୍ୟାକେଟ୍ ପିନ୍ଧି ପ୍ରତିନିଧିବୃନ୍ଦ ବୋଟରେ ଭିତରକୁ ଯାଇ ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖିଥିଲେ l ଓଡ଼ିଶାରେ ଜଳଭାଗରେ ଘଟୁଥିବା ବିପଦର ପରିଚାଳନାରେ OSWALIର ଭୂମିକା ପ୍ରଶଂସନୀୟ l ଏହି ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିବୃନ୍ଦ ଖୁବ୍ ଉତ୍ସାହର ସହ ଦେଖିବା ସହ ପ୍ରଶଂସା ମଧ୍ଯ କରିଥିଲେ l ତିନିଦିନିଆ ଅନ୍ତର୍ଜାତୀୟ ବୈଠକର ସଫଳ ଆୟୋଜନ ନିମନ୍ତେ ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କୁ ଧନ୍ୟବାଦ ଜଣାଇଥିଲେ l OSDMA ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ OSWALI ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

  • Related Posts

    ଦେବଗଡ଼ ଜିଲ୍ଲା କଣ୍ଟ୍ରାକ୍ଟର୍ସ ୟୁନିଅନ ପକ୍ଷରୁ ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ଦାବି

    ଦେବଗଡ଼:ଦେବଗଡ଼ ଜିଲ୍ଲା କଣ୍ଟ୍ରାକ୍ଟର୍ସ ୟୁନିଅନ ପକ୍ଷରୁ ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ପାଇଁ ଦାବି କରାଯାଇଛି। ଏନେଇ ୟୁନିଅନ ପକ୍ଷରୁ ସମ୍ବଲପୁର ସ୍ଥିତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଚଳ (ରାସ୍ତା ଓ ଗୃହ) ମଣ୍ଡଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୟୁନିଅନର ସଭାପତି ଇଂ…

    Continue reading
    ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସ୍ୱୀକୃତି

    ଭୁବନେଶ୍ଵର : ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ଓଡ଼ିଶାରେ ଅତିରିକ୍ତ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି । କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ (SLNMCH)କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ