ବିଏମସି ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ପ୍ରୟାସ- B- LEAP.

ଭୁବନେଶ୍ବର: ସରକାରଙ୍କ ଶିକ୍ଷାନୀତି ଅନୁସରଣ ପୂର୍ବକ ଆଜି ଭୁବନଶ୍ୱରର ମହାନଗର ନିଗମ ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଶିକ୍ଷା ନବିଶ (INTERN) କାର୍ଯ୍ୟକ୍ରମ l ଏହି ଅବସରରେ ମଞ୍ଚାସୀନ ଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଆୟୁକ୍ତ ବି ଏମ୍ ସି ଶ୍ରୀ ଚଞ୍ଚଳ ରାଣା , ବି ଏମ୍ ସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମ ଚନ୍ଦ୍ର ରଣସିଂହ ଙ୍କ ସମେତ ବିଜେବି କଲେଜ, ଏକାମ୍ର କଲେଜ ଏବଂ ମହର୍ଷି କଲେଜର ଅଧ୍ୟାପକ ବୃନ୍ଦ ଉଦଘାଟନୀ ରେ ଯୋଗଦେଇ ବୃକ୍ଷ କୁ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l

+3 ଶ୍ରେଣୀର କଳା,ବାଣିଜ୍ୟ ଏବଂ ବିଜ୍ଞାନର ସମୁଦାୟ 85 ଜଣ ବିଦ୍ୟାର୍ଥୀ ଏଥିରେ ସାମିଲି ଅଛନ୍ତି l ଏହା ନୂତନ ଶିକ୍ଷା ଖସଡା ଏକ ଉପାଦାନ l ଆମେ ନେଉଥିବା ଶିକ୍ଷା ଏବଂ କ୍ଷେତ୍ର ବିଶେଷରେ ହେଉଥିବା କାର୍ଯ୍ୟକ୍ରମ କୁ ଛାତ୍ର ଛାତ୍ରୀ କିପରି ଅନୁଭୂତିରେ ଆଣି ପାରିବେ, ଯାହା ପରବର୍ତ୍ତୀ ବେଉସା ଏବଂ ସାମାଜିକ ଚଳଣିରେ ସହାୟକ ହେବ, ସେଥିପାଇଁ ଏପରି ବ୍ୟବସ୍ଥାରେ ପ୍ରଚଳନ ହେଉଛି ବୋଲି କହିଥିଲେ ମଞ୍ଚାସୀନ ଅତିଥିବୃନ୍ଦ l

ସମୁଦାୟ 35 ଦିନର ଅଭିଜ୍ଞତା ନେବେ ଏହି ଶିକ୍ଷାର୍ଥୀମାନେ l ରାଜ୍ୟର ପ୍ରମୁଖ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଭାବରେ ବି ଏମ୍ ସିର କାର୍ଯ୍ୟକ୍ରମରେ ଅନେକ କିଛି ଶିଖି ଅଭିଜ୍ଞତା ହାସଲ କରିବାର ସୁଯୋଗ ମିଳିବ ବୋଲି କହିଥିଲେ ଯୋଗଦେଇଥିବା ଛାତ୍ରଛାତ୍ରୀ l

ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ଵର ମହାନଗର ନିଗମ କରିଥିବା କାର୍ଯ୍ୟକ୍ରମରେ କିପରି ଜନ ଭାଗୀଦାରୀ ରହିଛି, ଏହି ବିଷୟକ ବିଭିନ୍ନ ଭିଡିଓ ଚିତ୍ର ଉପସ୍ଥାପନ କରଯାଇଥିଲା l
ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l ଡେପୁଟି କମିଶନର ଶ୍ରୀ ଏନ୍ ଗଣେଶ ବାବୁ ସହରରେ ପରିମଳ କାର୍ଯ୍ୟକ୍ରମରେ କିପରି ଉନ୍ନତି ଘଟିଛି ତାହାର ଉପସ୍ଥାପନା କରିଥିଲେ l
ଡେପୁଟି କମିଶନର ରୁବୀ ବେହେରା ଏବଂ ଆସିଷ୍ଟାଣ୍ଟ କମିଶନର ସଂଯୋଜନାରେ ସହଯୋଗ କରିଥିଲେ l

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ