
ଦେବଗଡ଼: ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦେବଗଡ଼ ପରିସରରେ ଆଜି ଭାଷାଭିତ୍ତିକ ବାର୍ଷିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମାନ ନିର୍ଦ୍ଧାରଣ ଅଧ୍ୟୟନ ଉପରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ ଦ୍ବୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଗୁରୁଚରଣ ବୋଦ୍ରା ସ୍ୱାଗତ ଓ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବା ସହ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ପ୍ରାରମ୍ଭିକ ମାପଦଣ୍ଡ ମାନ ନିର୍ଦ୍ଧାରଣ ବିଶ୍ଳେଷଣ. ବରିଷ୍ଠ ପ୍ରଶିକ୍ଷିକା ଅନିମା ତିର୍କୀ ମୌଳିକ ସାକ୍ଷରତା ମାନ ନିର୍ଦ୍ଧାରଣ ୨୦୨୫ -୨୬ଓ ପ୍ରଶିକ୍ଷିକା ପାର୍ଥିବୀ ପ୍ରିୟଦର୍ଶିନୀ ବାର୍ଷିକ ମୌଳିକ ସଂଖ୍ୟା ଜ୍ଞାନ ୨୦୨୫-୨୬ ସମ୍ପର୍କ ରେ ଆଲୋଚନ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ସି. ଆର. ସି. ନିଜ କ୍ଲଷ୍ଟର ନିମନ୍ତେ ଆଗାମୀ ଭାଷା ଭିତ୍ତିକ ମୌଳିକ ସାକ୍ଷରତା ସଂଖ୍ୟଜ୍ଞାନ ମାନ ନିର୍ଦ୍ଧାରଣ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ପ୍ରଶିକ୍ଷିକା ନିବେଦିତା ବେହେରା, ମନ୍ଦାକିନୀ ଟୁଡୁ, ପ୍ରଶିକ୍ଷିକା ସୁରମା ମିର୍ଦ୍ଧା ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ଜ଼ିଲ୍ଲାର ସମସ୍ତ ସି. ଆର. ସି. ଉପସ୍ଥିତ ଥିଲେ।




