
ଭୁବନେଶ୍ୱର : ରାଜଧାନୀରେ କାଳବୈଖାଖୀ ତାଣ୍ଡବ । କାଳବୈଖାଖୀ ପ୍ରଭାବରେ କୁଆପଥର ବର୍ଷା ହେବା ସହ ଜୋରରେ ପବନ ହୋଇଛି। ପ୍ରାୟ ୪୦ରୁ ୫୦ କି.ମି ବେଗରେ ପବନ ହୋଇଛିa। ପବନରେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଏପରିକି କେତେକ ସ୍ଥାନରେ ଗଛ ଭାଙ୍ଗି କାର ଉପରେ ପଡିଥିବାର ଦେଖିବାକୁ ମିଳିଛି। ଏଥିଯୋଗୁ ବହୁ କାର କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପବନରେ କଳିଙ୍ଗ ଷ୍ଟାଡିୟମ ନିକଟରେ ବହୁ ଗଛ ଭାଙ୍ଗିଯାଇଛି।
ଶନିବାର ସକାଳେ ପାରଦ ଉପରମୁହାଁ ଥିଲା । ସକାଳ ସମୟରେ ଘରୁ ବାହାରିବା ବେଶ୍ ମୁସ୍କିଲ ଥିଲା । ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଥିଲେ। ଶନିବାର ମଧ୍ୟାହ୍ନ ସମୟରେ ହଠାତ୍ ପାଗରେ ଆସିଲା ପରିବର୍ତ୍ତନ । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ସ୍ଥାନେ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବହୁଥିଲା । ପବନରେ ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।
ଏପରିକି କେତେକ ସ୍ଥାନରେ ଗଛ ଭାଙ୍ଗି କାର ଉପରେ ପଡିଛି। ଏଥିଯୋଗୁ ବହୁ କାର କ୍ଷତିଗ୍ରସ୍ତ ହୋଇଛି। ଗଛ ପଡିବାରୁ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଇଛି । ଜୟଦେବ ବିହାର ଓ ନୂଆପଲ୍ଲୀରେ ବହୁ ଗଛ ଭାଙ୍ଗିଯାଇଛି। ଜାତୀୟ ରାଜପଥରେ ଗଛ ଭାଙ୍ଗି ପଡିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମବାହିନୀ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରୁଛନ୍ତି। ଅନ୍ୟପକ୍ଷ କାଳବୈଶାଖୀ ବର୍ଷା ଲାଗି ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।


