ଯନ୍ତ୍ରୀଙ୍କ ଲକରରୁ ମିଳିଲା ୨ କୋଟି

ଭିଜିଲାନ୍ସ ରେଡ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ଲକରରୁ ୨ କୋଟି ଟଙ୍କା ଠାବ କରାଯାଇଛି। ଏହି ଲକର ତାଙ୍କ ପତ୍ନୀଙ୍କ ନାମରେ ଥିବା ଜଣାପଡ଼ିଛି। ଏହା ସହିତ ତାଙ୍କର ଆଉ ଏକ ଲକରରୁ ୩୫୦ ଗ୍ରାମ ସୁନା ଗହଣା ଠାବ କରାଯାଇଛି। ବାବୁଙ୍କର ଆହୁରି ୨ଟି ବ୍ୟାଙ୍କ ଲକର ଥିବା ଜଣାପଡ଼ିଛି।

ରେଡ୍ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ୫ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୪ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। ନିଳାଦ୍ରୀ ବିହାରରେ ତାଙ୍କର ଏକ ୪ ମହଲା କୋଠା (୧୦ ହଜାର ୫୦୦ ବର୍ଗଫୁଟ୍‌ ଜାଗାରେ ନିର୍ମିତ) ଥିବା ବେଳେ ୧୧୦୦ ବର୍ଗଫୁଟ୍ ଜାଗାରେ ନିର୍ମିତ ଏକ ତିନି ମହଲା କୋଠା ଶୈଳଶ୍ରୀ ବିହାର ଅଞ୍ଚଳରେ ରହିଛି। ପଟିଆର କାନନ ବିହାର ଫେଜ୍-୧ରେ ତାଙ୍କର ଏକ ଦ୍ୱିମହଲା କୋଠା (୩୭୫୦ ବର୍ଗଫୁଟ ଜାଗାରେ ନିର୍ମିତ) ଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଉ ଏକ ଦ୍ୱିମଲା କୋଠା ରହିଛି, ଯାହା ୨୫୦୦ ବର୍ଗଫୁଟ୍ ଜାଗାରେ ତିଆରି ହୋଇଛି। ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳାରେ ପୈତୃକ ଜାଗା ଉପରେ ତାଙ୍କର ଏକ ଦ୍ୱିମହଲା କୋଠା ରହିଛି। ଏହି କୋଠା ମଧ୍ୟ ୨୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ ହୋଇଛି।
ଏହା ବାଦ୍ ତାଙ୍କର ୧୩ଟି ଦାମୀ ପ୍ଲଟ୍ ଅଛି। ସେଥିରୁ ୭ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ବେଳେ ୫ଟି ଯାଜପୁରର ଧର୍ମଶାଳରେ ଓ ଗୋଟିଏ ବାରିପଦାରେ ରହିଛି। ତାଙ୍କ ଘରୁ ନଗଦ ୨ ଲକ୍ଷ ୬୬ ହଜାର ୪୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ ପୁଳା ପୁଳା ସୁନା ଗହଣା ଜବତ କରାଯାଇଛି। ତାଙ୍କ ଘରର ଠାକୁର ଘରେ ମଧ୍ୟ ସୁନାର ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

  • Related Posts

    ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୩,୭୯୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପାୟନ ଓ ଆର୍ଥôକ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ ଅଗ୍ରଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

    Continue reading
    ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ

    ଭୁବନେଶ୍ୱର : ରାଜଧାନୀରେ କାଳବୈଖାଖୀ ତାଣ୍ଡବ । କାଳବୈଖାଖୀ ପ୍ରଭାବରେ କୁଆପଥର ବର୍ଷା ହେବା ସହ ଜୋରରେ ପବନ ହୋଇଛି। ପ୍ରାୟ ୪୦ରୁ ୫୦ କି.ମି ବେଗରେ ପବନ ହୋଇଛିa। ପବନରେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଏପରିକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ