ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ

ଭୁବନେଶ୍ବର: ଭୁବନେଶ୍ୱରରେ କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଲାଲଜୀ ଦେଶାଇ । ଓଡ଼ିଶା କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବାକୁ ହାଇକମାଣ୍ଡଙ୍କ ନୂଆ ରଣନୀତି। ରାଜଧାନୀରେ ପହଞ୍ଚିବା କ୍ଷଣି କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ଲାଲଜୀ ଦେଶାଇ । କଂଗ୍ରେସ ଭବନରେ ଲାଲଜୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାବେଳେ ଦଳରେ ଶୃଙ୍ଖଳା ଓ ଶୃଙ୍ଖଳିତକୁ ନେଇ ବାର୍ତ୍ତା ଦେଇଛନ୍ତି ଲାଲଜୀ ।ସେ କହିଛନ୍ତି ଯେ “ମୁଁ ନିଜେ ଶୃଙ୍ଖଳିତ ରହିବି, ଆଶା କରୁଛି ଦଳର ସମସ୍ତ ନେତୃବୃନ୍ଦ ମଧ୍ୟ ଶୃଙ୍ଖଳିତ ରହିବେ।” ଏହି ବାର୍ତ୍ତା କେବଳ ଶୃଙ୍ଖଳାର ଆହ୍ୱାନ ନୁହେଁ, ବରଂ ଓଡ଼ିଶା କଂଗ୍ରେସ ପାଇଁ ଏକ ନୂଆ ଦିଗର ସଙ୍କେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଭାରତୀୟ ଜାତୀୟ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ ଓ ପରିବେଶ କର୍ମୀ ଭାବେ ପରିଚିତ ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ଏଆଇସିସି ପ୍ରଭାରୀ ଭାବେ ସ୍ୱାଗତ କରିଛି ପ୍ରଦେଶ କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ସେ କହିଥିଲେ, ‘‘ଦଳକୁ ମଜବୁତ କରିବାର ପ୍ରଥମ ସର୍ତ୍ତ ହେଉଛି ଶୃଙ୍ଖଳା। ନେତା ଓ କର୍ମୀମାନେ ଶୃଙ୍ଖଳିତ ହେଲେ ସଂଗଠନ ଆପେଆପେ ଶକ୍ତିଶାଳୀ ହେବ’’ ।ଦୀର୍ଘଦିନ ଧରି ଓଡ଼ିଶା କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ, ଅସନ୍ତୋଷ ଓ ସଂଗଠନଗତ ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠୁଥିଲା। ଏପରି ସ୍ଥିତିରେ ନୂତନ ପ୍ରଭାରୀଙ୍କ ପ୍ରଥମ ବାର୍ତ୍ତା ହେଉଛି ଶୃଙ୍ଖଳା ଓ ସଂଗଠନକୁ ସୁଦୃଢ଼ କରିବା।

ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ‘‘ରାହୁଲ ଗାନ୍ଧୀଙ୍କ ପରାମର୍ଶରେ ତୃଣମୂଳ ସ୍ତରରୁ ଉଠିଆସିଥିବା ଜଣେ ପରିଶ୍ରମୀ ସଂଗଠକଙ୍କୁ ଓଡ଼ିଶାର ପ୍ରଭାରୀ କରାଯାଇଛି। ଏହା ରାଜ୍ୟ କଂଗ୍ରେସରେ ନୂଆ ଆଶା ଓ ନୂଆ ବିଶ୍ୱାସ ସୃଷ୍ଟି କରିବ। ଆଗାମୀ ଦିନରେ ସଂଗଠନକୁ ବୁଥ୍ ସ୍ତରରୁ ସଶକ୍ତ କରିବା ଦଳର ପ୍ରମୁଖ ଲକ୍ଷ୍ୟ’’ ବୋଲି ସେ ସୂଚନା ଦେଇଛନ୍ତି।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ