
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି କାର୍ ଆତଙ୍କ। ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ। ବୁଲେଟ୍ ଚାଳକଙ୍କ ଉପରେ ମାଡିଗଲା ଧଳା ରଙ୍ଗର କାର। ଭୁବନେଶ୍ୱର ଶିଖରଚଣ୍ଡୀ ନଗର ମୁଖ୍ୟ ରାସ୍ତାରେ ଏକ କ୍ରେଟା କାର ଧକ୍କାରେ ୩ ଗୁରୁତର ଆହତ ହୋଇଛନ୍ତି।
ବୁଲେଟକୁ ପ୍ରାୟ ୫୦ ମିଟର ଘୋଷାଡ଼ି ନେବାରୁ ଦୁଇ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାରକୁ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ଇନଫୋସିଟି ଥାନା ଅଧିକାରୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।





