ଭୁବନେଶ୍ୱରରେ ଷ୍ଟ୍ରିଟ୍ କାର୍ଣ୍ଣିଭାଲ

ଭୁବନେଶ୍ୱର: ଭୁବନେଶ୍ୱରରେ ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା । ରବିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ । ଏଥିରେ ବହୁ କଳାକାର, ବାସ୍ତୁଶାସ୍ତ୍ର ବିଶାରଦ, ଡିଜାଇନର ଓ ସାଂସ୍କୃତିକ ଦଳ ଯୋଗ ଦେଇଛନ୍ତି । ଶୀତୁଆ ସକାଳର ମଜ୍ଜା ନେବା ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟ ଉପଭୋଗ କଲେ ଲୋକେ ।

ଏହି ମେଳା ମାଷ୍ଟର କ୍ୟାଣ୍ଟିନ ଛକରୁ ଗିରିଦୁର୍ଗା ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଆପଣଙ୍କ ସହରକୁ ଜାଣନ୍ତୁ, ଥ୍ରୀଡି ଆର୍ଟ, ଜୁମ୍ବା, ଲାଇଭ୍ ମ୍ୟୁଜିକ୍, ଡ୍ୟାନ୍ସ, ବିଭିନ୍ନ ପ୍ରଦର୍ଶନ, ଆର୍କିଟେକ୍ଟଙ୍କ ଦ୍ୱାରା ଘରର ସୌନ୍ଦର୍ୟ୍ୟକରଣ, ବର୍ଜ୍ୟରୁ ପ୍ରସ୍ତୁତ ଶ୍ରେଷ୍ଠ ଫ୍ୟାସନ ଡିଜାଇନ୍ ସୋ, ବିଭିନ୍ନ ପେଣ୍ଟିଂ କଳା ଆଦି ପ୍ରଦର୍ଶିତ ହୋଇଛି । ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ମଜା ନେଇଛନ୍ତି ଦର୍ଶକ । ଏହି କାର୍ୟ୍ୟକ୍ରମରେ ଛୋଟ ଶିଶୁଙ୍କଠାରୁ ବରିଷ୍ଠ ନାଗରିକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଭରପୁର କାର୍ୟ୍ୟକ୍ରମ ହୋଇଥିଲା । ଏହି ଷ୍ଟ୍ରିଟ୍ କାର୍ଣ୍ଣିଭାଲରେ ସାଂସ୍କୃତିକ ସହ ଅନେକ ଜାଣିବା କଥା ଲାଭ କରିବାକୁ ମିଳିଛି।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ