ଭୂକମ୍ପରେ ଥରିଲା ରୁଷ

ମସ୍କୋ: ଭୂକମ୍ପରେ ଥରିଲା ରୁଷ ।ସକାଳୁ ସକାଳୁ ଲାଗିଲା ଶକ୍ତିଶାଳୀ ଭୂକମ୍ପର ଝଟକା । ୮.୮ ତୀବ୍ରତାର ଭୂକମ୍ପରେ ଥରହର ରୁଷ । ତେବେ ରୁଷର ପୂର୍ବ କାମଚଟକା ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଯାହା ଅଧିକ ଭୟଙ୍କର ବୋଲି କୁହାଯାଉଛି ।
ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଜାପାନ ଓ ଆମେରିକାର ଏଜେନ୍ସି ସୁନାମୀର ଆଲର୍ଟ ଜାରି କରିଛନ୍ତି । ରୁଷ ସହ ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କାରାଯାଇଛି । ସମୁଦ୍ରରେ ବଡ଼ ଲହଡ଼ି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଆଲର୍ଟ କରାଯାଇଛି ।
ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରର ଗର୍ଭର ମାତ୍ର ୧୯ କିଲୋମିଟର ତଳେ ରହିଛି । ଏହି ଭୂକମ୍ପରେ ରୁଷ ସହ ଜାପାନର ହୋକାଇଦୋ, କାଣ୍ଟୋସ୍ ଇଜୁ ଓ ଓଗାସାବନା ଦ୍ବୀପ ଗୁଡ଼ିକରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏସବୁ ଅଞ୍ଚଳରେ ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ କୁହାଯାଇଛି। ଭୂକମ୍ପ ଦ୍ବାରା ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଲେ ଭାଇଜାନ୍‌

    ଭୁବନେଶ୍ୱର : ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଆଜି ନିଜର ପ୍ରଥମ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାମ ସେ ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ରଖିଛନ୍ତି । ସଲମାନ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲିଙ୍କ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ