ଭୟଙ୍କର ଅଗ୍ନିକାଣ୍ଡ : ୬ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା ଘଟିଛି। ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବ୍ରଜେଶ୍ବରୀ ଆନେକ୍ସ ଆବାସିକ ଅଞ୍ଚଳରେ ଥିବା ଗୋଟିଏ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍‌ ସମୟରେ ବ୍ରଜେଶ୍ବରୀ ଆନେକ୍ସ କଲୋନୀର ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ନିଆଁକୁ ନିୟନ୍ତ୍ରଣ କରାଯିବା ସହିତ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏବେ ଘରର ଦୁଇଟି ମହଲାକୁ ଖାଲି କରାଯାଇଥିବାବେଳେ ଅନ୍ୟ ଏକ ମହଲାରେ ଆଉ କେହି ଫସି ରହିଛନ୍ତି ନାଁ ନାହିଁ ସେ ସବୁକୁ ଯାଞ୍ଚ କରାଯାଉଛି । ଇଲୋକ୍ଟ୍ରୋନିକ୍ସ ଗାଡ଼ି ଚାର୍ଜ ହେଉଥିବା ସମୟରେ ଚାର୍ଜି ପଏଣ୍ଟରେ ବିସ୍ଫୋରଣ ଘଟିଥିଲା। ଏବଂ ଘରେ ନିଆଁ ବ୍ୟାପିଯାଇଥିଲା ବୋଲି ଇନ୍ଦୋର ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଛି ।

  • Related Posts

    ଜିଏସ୍‌ଟି ନିୟମରେ ସଂସ୍କାର

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୭ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ଜିଏସଟି ହାର ବ୍ୟବସ୍ଥାକୁ ଉଚିତ ଦର୍ଶାଯାଇଥିବା ବେଳେ ବ୍ୟବସାୟୀଙ୍କୁ ଆଶ୍ବସ୍ତି ପ୍ରଦାନ କରାଯାଇଛି। ଏଥର…

    Continue reading
    ପୁଣି ଥରେ ଭାରତକୁ ଟ୍ରମ୍ପଙ୍କ ନିଶାଣ

    ୱାଶିଂଟନ : ନୋବେଲ ଶାନ୍ତି ପାଇବାକୁ ଚାହିଁ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି। ସେ ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଇଛନ୍ତି। ଟିସିଏସ୍‌, ଇନ୍‌ଫୋସିସ, ୱିପ୍ରୋ ଓ ଏଚସିଏଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ