ମଧୁମେହ ରୋଗୀଙ୍କୁ ଉପଶମ ଦେବ ଏହି ଔଷଧୀୟ ଚା’

ମଧୁମେହ ରୋଗୀଙ୍କ ପାଇଁ ଭଲ ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା’। ଯାହାକୁ ପିଇଲେ ଆପଣ ଚା’ର ମଜା ପାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ହିତକାରୀ ହେବ। କେବଳ ଯେ ମଧୁମେହ ରୋଗ ତାହା ନୁହେଁ ଏହା ହୃଦରୋଗ ସମେତ କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଗନ୍ଧମାର୍ଦ୍ଧନ ପର୍ବତରୁ ସଂଗୃହୀତ ଚେରମୂଳିରୁ ପ୍ରସ୍ତୁତ ହୋଇଛି ଏଭଳି ଔଷଧୀୟ ଚା’ ।

ଏଭଳି ଔଷଧୀୟ ଚା’ ପ୍ରସ୍ତୁତ କରିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ପକ୍ଷରୁ ପ୍ରାୟ ୩୦ ପ୍ରକାର ଔଷଧୀୟ ଚା’ ଉତ୍ପାଦନ କରାଯାଇଛି । ମୂଷାଙ୍କ ଉପରେ ସଫଳ ପ୍ରୟୋଗ ପରେ ଏହାର ବଜାର ପ୍ରବେଶ କରିବାକୁ ଯୋଜନା ରଖିଛନ୍ତି କର୍ତ୍ତୃପକ୍ଷ । ଏନେଇ ଷ୍ଟାର୍ଟ ଅପ୍ ସଂସ୍ଥା ଅର୍କିଡ୍ ହର୍ବାଲ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି ହୋଇଛି । ଏମଧ୍ୟରେ FSSI, GMO, ISOର ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଏହି ନୂତନ ଚା’ ବଜାରରେ ଉପଲବ୍ଧ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Related Posts

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ଭୁବନେଶ୍ୱର:ସୁନ୍ଦର ପିଚାଇଙ୍କୁ କିଏ ନଜାଣେ। ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନ୍ଦର ପିଚାଇ ଜଣେ ମାସାଂହାରୀ ନୁହନ୍ତି ତେଣୁ ସେ ପ୍ରୋଟିନ୍‌ ଆବଶ୍ୟକତା ପୁରଣ କରିବା…

Continue reading
ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ଭୁବନେଶ୍ୱର: ରୀତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଜା ଶିବାଜୀ’ ମେ’ ପହିଲାରେ ରିଲିଜ୍‌ ହୋଇଛି। ମାତ୍ର କିଛି ଘଣ୍ଟାର ଅଗ୍ରୀମ ଟିକେଟ୍‌ ବୁକିଂରୁ ଫିଲ୍ମ କୋଟି କୋଟି ଟଙ୍କା ଆଦାୟ କରିସାରିଲାଣି। ସାରା ଦେଶରେ ଏହାର ୧୧୦୫ଟି ଶୋ’ ଚାଲିବ…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ