
ସମ୍ବଲପୁର: ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ନାବାଳିକା ଜଣକ ଟାଉନଥାନା ଅନ୍ତର୍ଗତ ମାୟାବଗିଚାର ଅଞ୍ଜଳି ବାରିକ (୧୫) ବୋଲି ଜଣାପଡିଛି । ସେ ଜଣେ ଯୁବକ ସହ ବ୍ରିଜ ଉପରେ କଥା ହେଉଥିଲେ ଏବଂ ହଠାତ୍ ମହାନଦୀକୁ ଡେଇଁ ପଡିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ନାବାଳିକାକୁ ଖୋଜୁଛନ୍ତି । ଏହି ଘଟଣାରେ ଟାଉନ ଥାନାପୁଲିସ ଜଣକୁ ଅଟକ ରଖି ଜେରା କରୁଥିବା ବିଶ୍ବସ୍ତସୂତ୍ରରୁ ଜଣାପଡିଛି ।ଅଞ୍ଜଳିଙ୍କ ଆଉ ଦୁଇ ଭଉଣୀ ଅଛନ୍ତି । ଏହି ଖବର ଲେଖା ହେବା ସୁଦ୍ଧା ଅଞ୍ଜଳିଙ୍କ କୌଣସି ପତ୍ତା ମିଳିପାରି ନାହିଁ ।




