ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼

ଭୁବନେଶ୍ଵର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆପୋସ ସାମଧାନ ପାଇଁ ଦୁଇ ରାଜ୍ୟର ସହମତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ମୋହର ମାରିଲା ଛତିଶଗଡ଼। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଆଜିର ଶୁଣାଣି ୮ ବର୍ଷର ଶୁଣାଣି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୋଲି ଏଜି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଓଡ଼ିଶା ସହିତ ଆପୋସ ଆଲୋଚନା ଜରିଆରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି। ଏହି ଆଲୋଚନା ଓ ସହମତି ଆଧାରରେ ଟ୍ରିବ୍ୟୁନାଲ ଛତିଶଗଡ଼ ଠାରୁ ଏକ ଲିଖିତ ପ୍ରତିଶ୍ରୁତି ଲୋଡ଼ିଛନ୍ତି। ଯାହାକୁ ଆଗାମୀ ଶୁଣାଣି ତାରିଖ ପୂର୍ବରୁ କୋର୍ଟରେ ଦାଖଲ କରାବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜୁଲାଇ ମାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପତ୍ର ବିନିମୟ ହୋଇଥିଲା। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତା ଜରିଆରେ ଏହି ଜଳବଣ୍ଟନ ବିବାଦର ସମାଧାନ କରିବା ପାଇଁ ପ୍ରସ୍ତାବ ରହିଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ଯାହାକୁ ଛତିଶଗଡ଼ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କୁହାଯାଇଛି। ସି.ଡବ୍ଲୁ.ସିର ବୈଷୟିକ ବିଶେଷଜ୍ଞମାନଙ୍କ ଦୀର୍ଘ ଦିନର ଅଭିଜ୍ଞତାକୁ ଆଧାର କରି ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି। ଜୁଲାଇ ୨୩ ତାରିଖରେ ଟ୍ରିବ୍ୟୁନାଲ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ମାମଲାର ସମାଧାନ ପାଇଁ ଉଭୟ ରାଜ୍ୟର ଉଦ୍ୟମ ଜାରି ରହିଛି। ନିକଟରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ୨୧ଟି ବୈଠକ କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ସହଯୋଗ ରହିଛି ବୋଲି ଏଜି ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ