ମହାନଦୀ ଜଳ ବିବାଦ, ୨୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନ ଲାଗି ଏକ ଫର୍ମୁଲା ଶୀଘ୍ର ସ୍ଥିର କରିବା ପାଇଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି)କୁ ଆଉ କିଛି ସମୟ ପ୍ରଦାନ କରିଛନ୍ତି । ଏହାପରେ ଶୁଣାଣି ଆସନ୍ତା ଅକ୍ଟୋବର ୨୬ରେ ହେବ ବୋଲି ସ୍ଥିର କରାଯାଇଛି ।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏନ୍ ତ୍ରିବେଦୀଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ ଶୁଣାଣି ସମୟରେ ଓଡିଶା ଓ ଛତିଶଗଡ ଏଜିଙ୍କ ପକ୍ଷରୁ କଥାବାର୍ତ୍ତାର ଅଗ୍ରଗତି ବିଷୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା । ଗତ ଅକ୍ଟୋବର ୧ରେ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜଳ ସମ୍ପଦ ମନ୍ତ୍ରୀ ସି ଆର ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଟ୍ରିବ୍ୟୁନାଲ ଅବଗତ ହୋଇଥିଲେ ।

ତେବେ ସିଡବ୍ଲୁସି ଜଳ ଆବଣ୍ଟନକୁ ନେଇ ଚୂଡାନ୍ତ ରିପୋର୍ଟ ସ୍ଥିର କରିପାରିନଥିବାରୁ ଏଥିଲାଗି ଆଉ କିଛି ସମୟ ଦେବାକୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ନିବେଦନ କରିଥିଲେ । ଉଭୟ ରାଜ୍ୟଙ୍କ ମଧ୍ୟରେ ଜଳ ଆବଣ୍ଟନର ଏକ ଚୂଡାନ୍ତ ଫର୍ମୁଲା ପାଇଁ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ଖୁବ୍ ଶୀଘ୍ର ହେବ ବୋଲି ଟ୍ରିବ୍ୟୁନାଲଙ୍କୁ କୁହାଯାଇଥିଲା । ଓଡିଶା ଏଜି ପିତାମ୍ବର ଆଚାର୍ଯ୍ୟ ସିଡବ୍ଲୁସି ସହ ଚାଲିଥିବା କଥାବର୍ତ୍ତା ପ୍ରସଙ୍ଗରେ ଟ୍ରିବ୍ୟୁନାଲଙ୍କୁ ସୂଚନା ଦେଇଥିଲେ ।
ଛତିଶଗଡ ଏଜି ମଧ୍ୟ ଆଶାପ୍ରକାଶ କରିଥିଲେ ଯେ, ଖୁବ୍‌ଶୀଘ୍ର ଏହି ଆବଣ୍ଟନ ନେଇ ଚୂଡାନ୍ତ ଫର୍ମୁଲା ସ୍ଥିର କରାଯିବ । ଶୁଣାଣି ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମଙ୍କୁ କହିଥିଲେ ଯେ, ଏପର୍ଯ୍ୟନ୍ତ ହୋଇଥିବା ଆଲୋଚନା ସନ୍ତୋଷଜନକ । ଦୁଇ ମୁଖ୍ୟମନ୍ତ୍ରୀଙ୍କର ସକାରାତ୍ମକ ଚିନ୍ତାଧାରା ଏବଂ ଆଭିମୁଖ୍ୟ ଯୋଗୁଁ ସମାଧାନ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ସେ ଆଶାପ୍ରକାଶ କରିଥିଲେ ଯେ, ଖୁବ୍‌ଶୀଘ୍ର ଏହାର ସୁଫଳ ମିଳିବ ଏବଂ ଦୁଇ ରାଜ୍ୟ ଏଥିରୁ ଉପକୃତ ହେବେ ।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି