ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କଧବଳମୁଖୀ ବେଶ

ସମ୍ବଲପୁର: ଆଜି ପବିତ୍ର ମହାଳୟା ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଦୁର୍ ଧବଳମୁଖୀ ବେଶ ବା ଗଙ୍ଗାବେଶ ଧାରଣ କରନ୍ତି। ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମା’ ସମଲେଶ୍ୱରୀ। କେବଳ ମହାଳୟାରେ ଗଙ୍ଗାବେଶରେ ଦର୍ଶନ ଦେବାର ପରମ୍ପରା ରହିଛି l ବର୍ଷରେ ଥରେ ମା’ ଧବଳମୁଖୀରେ ଦର୍ଶନ ଦେଉଥିବାରୁ ମନ୍ଦିର ଏବଂ ମନ୍ଦିର ବାହାରେ ମା’ଙ୍କର ଟିକେ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଧାଡିରେ ଥିବା ଦେଖିବାକୁ ମିଳିଛି l ମା’ ଏହି ରୂପରେ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ l ଆଜି ମା’ ସମଲେଶ୍ୱରୀଙ୍କ ପୂଜକମାନେ ମଧ୍ୟ ଧଳାରଙ୍ଗର ବସ୍ତ୍ର ପରିଧାନ କରି ମାଙ୍କର ଆଳତି ସହ ପୂଜା କରିଥନ୍ତି।ଶୁକ୍ରବାର ମଧ୍ୟରାତ୍ରିରୁ ମନ୍ଦିରରେ ଭକ୍ତଙ୍କ ଗହଳ ଚହଳ ବଢ଼ିବା ସହ ଆଜି ସକାଳୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଡିରେ ଅପେକ୍ଷାରେ । ଆଜି ଭୋରରେ ନିର୍ଦ୍ଧାରିତ ସମୟରେ ମନ୍ଦିର ପହୁଡ ଖୋଲିବା ପରେ ମା’ଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହୋଇଥିଲା । ଭୋର୍ ୫ଟା ସମୟରେ ସାଧାରଣ ଦର୍ଶନ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୪୫ ପର୍ଯ୍ୟନ୍ତ ଅବ୍ୟାହତ ରହିବ । ପରେ ମା’ଙ୍କ ନିକଟରେ ଅନ୍ନଭୋଗ ଲାଗି ପାଇଁ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ୍ ରହିବ । ପୁନର୍ବାର ୧୨ଟା ୩୦ରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ସନ୍ଧ୍ୟା ସାଢ଼େ ୭ଟାରୁ ରାତ୍ର ସାଢ଼େ ୮ଟା ପର୍ଯ୍ୟନ୍ତ ମହାଆଳତି ପାଇଁ ଦର୍ଶନ ବନ୍ଦ ରହିବ । ପୁନଃ ରାତି ସାଢେ ୮ଟାରୁ ସାଢେ ୧୦ଟାପର୍ଯ୍ୟନ୍ତ ଦର୍ଶନ ଜାରି ରହିବା ପରେ ମନ୍ଦିର ପହୁଡ ପଡିବ ।

ମା’ ସମଲେଶ୍ୱରୀଙ୍କ ଧବଳମଖୀ ବେଶରେ ଅଢ଼େଇ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଉଥିବାରୁ ପ୍ରଥମ ଦିନ ମାତ୍ରାଧିକ ଭିଡ ନକରିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଭିଡ ଦୃଷ୍ଟିରୁ ବୟସ୍କ, ଗର୍ଭବତୀ, ଦିବ୍ୟାଙ୍ଗ ବ୍ୟକ୍ତିବିଶେଷ ଓ ଶିଶୁମାନେ ମହାଳୟ ପରଦିନ ଅର୍ଥାତ ୧୧ ତାରିଖ ଦିନ ଦର୍ଶନ କରିବାକୁ ଟ୍ରଷ୍ଟ୍ ବୋଡ୍ର୍ ତରଫରୁ ଅନୁରୋଧ କରାଯାଇଛି । ସେହିପରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସାରିବା ପାଇଁ ସମସ୍ତ ବ୍ୟବସ୍ଥା ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଥିବା ଟ୍ରଷ୍ଟ୍ ବୋର୍ଡ୍ ସଭାପତି ସଞ୍ଜୟ ବାବୁ କହିଛନ୍ତି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ପୁଲିସ ପକ୍ଷରୁ ଟ୍ରାଫିକ୍ ଓ ପାର୍କିଂ ପାଇଁ ସମସ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ କାରଣରକୁ କୌଣସି ଅପ୍ରୀତିକର ସ୍ଥିତି ଏଡାଇବା ପାଇଁ ମନ୍ଦିର ପ୍ରକଳ୍ପ ଚତୁପାଶ୍ୱର୍ରେ ଏକାଧିକ ପୁଲିସ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି । ମନ୍ଦିର ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ବାରିକେଡିଂ ମଧ୍ୟ କରାଯାଇଛି ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ