ମହିଳାଙ୍କୁ ୨୫୦୦ ଲେଖାଏଁ ଦେବେ ହେମନ୍ତ ସୋରେନ

ରାଞ୍ଚି : ଝାଡଖଣ୍ଡର ଶାସକ ଜେଏମଏମ ସୋମବାର ଏହାର ନିର୍ବାଚନୀ ମନିଫେଷ୍ଟୋ ପ୍ରକାଶ କରିଛି। ୨୨ ପୃଷ୍ଠାର ମନିଫେଷ୍ଟୋରେ ଜେଏମଏମ କୃଷି, ଶିକ୍ଷା, ରୋଜଗାର, ମହିଳା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଶିଳ୍ପ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ବଡ଼ ପ୍ରତିଶ୍ରୁତି ଦେଇଛି। ଏଥିରେ ସଂରକ୍ଷଣ ସମ୍ବନ୍ଧରେ ସବୁଠାରୁ ବଡ ପ୍ରତିଶ୍ରୁତି ଦିଆଯାଇଛି , ଯାହା ୬୭ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି।

 

ଘୋଷଣାପତ୍ର ଅନୁଯାୟୀ, କୃଷକମାନଙ୍କୁ ୦ ପ୍ରତିଶତ ସୁଧ ହାରରେ କୃଷି ଋଣ ଯୋଗାଇ ଦିଆଯିବ। ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ହେମନ୍ତ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଘୋଷଣା କରିଛନ୍ତି ଯେ, ୬୦,୦୦୦ ପଦବୀରେ ଶିକ୍ଷକ, ୧୫,୦୦୦ ପଦବୀରେ ପ୍ରଧାନ ଶିକ୍ଷକ, ୨୫୦୦ ପୋଷ୍ଟରେ କିରାଣୀ, ୫୦୦୦ନର୍ସ, ୧୫୦୦ଡାକ୍ତର, ୧୦ ହଜାର ପୋଲିସ କର୍ମଚାରୀ ନିଯୁକ୍ତି ପାଇବେ। ସେହିପରି ମହିଳାଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ନିଯୁକ୍ତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ପଦବୀ ସଂରକ୍ଷିତ ରହିବ। ମଇଁଆ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳାଙ୍କୁ ୨୫୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ