ଭୁବନେଶ୍ୱର: ବିଶେଷ କରି କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି। କର୍ମଚାରୀଙ୍କ ରହିବା ନିମନ୍ତେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ସେମାନଙ୍କ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି (EV) ବସ୍ ସେବା ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ଅଞ୍ଚଳରେ ଏଭଳି ଆହୁରି ଅନେକ ନୂତନ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବ। ଏହି ବୃହତ ଶିଳ୍ପଗୁଡ଼ିକୁ ଆଧାର କରି ଏଠାରେ ଏକାଧିକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସମ୍ପର୍କରେ ଏକ ଦୃଢ଼ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକ ସଂକଳ୍ପ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ। ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ଅତି ସତର୍କତା ଓ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛନ୍ତି।
ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…
