ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ

ମାଲକାନଗିରି: ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ । ଆଗ ପରି ସେମାନେ ନିଜ ପାଇଁ ଆଉ ପର୍ୟ୍ୟାପ୍ତ ଖାଦ୍ୟ ଯୋଗାଡ କରିପାରୁନାହାନ୍ତି । ଜଙ୍ଗଲକୁ ସୁରକ୍ଷାବାହିନୀ ଘେରି ରହିଥିବାରୁ ଖାଦ୍ୟ ସଂଗ୍ରହରେ ମାଓବାଦୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଗାଁ ଲୋକ ବି ପୂର୍ବଭଳି ସମର୍ଥନ ଦେଉନଥିବା ଦେଖିବାକୁ ମିଳୁଛି । ଯାହା ମାଓ ସଂଗଠନକୁ ଦୁର୍ବଳ କରିବାର ପ୍ରମୁଖ କାରଣ ବୋଲି କୁହାଯାଉଛି । ମାଓବାଦୀଙ୍କୁ ଏକଜୁଟ ହୋଇ ଖାଦ୍ୟ ଯୋଗାଡ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ଶୀର୍ଷ ନେତା । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ସେଣ୍ଟ୍ରାଲ କମିଟି ସଦସ୍ୟ ଉଦୟର ମୃତ୍ୟୁ କେବଳ ଖାଦ୍ୟ ଅଭାବ ଯୋଗୁ ହୋଇଛନ୍ତି । ଖାଦ୍ୟ ଯୋଗାଡ କରିବାକୁ ଯାଇ ଉଦୟ,ଅରୁଣା ଓ ଗନମ୍ୟାନ ସଂଜୁ ପୋଲିସ ଗୁଳିରେ ନିହତ ହୋଇଥିଲେ । ଏ ଖବର ଯଦି ସତ ହୋଇଥାଏ ବେଶ ଚିନ୍ତାଜନକ । ବର୍ଷା ଆରମ୍ଭ ହେବା ପରେ ଖାଦ୍ୟ ସନ୍ଧାନରେ ମାଓବାଦୀ ସଂଗଠନ ରହିଛି । ଏହାର ସୁଯୋଗ ନେଇ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଏନକାଉଣ୍ଟର କରୁଛି ପୋଲିସ । ଅପରେସନ ମନସୁନ୍‌ରେ ସଫଳ ହୋଇଛନ୍ତି ପୋଲିସ ଓ ମାଓବାଦୀ । ସ୍ଥାନୀୟ ଲୋକେ ଯେମିତି ମାଓବାଦୀଙ୍କୁ ଖାଦ୍ୟ ନ ଯୋଗାନ୍ତି ସେ ସଂପର୍କରେ ସଚେତନ କରାଯାଉଛି । ଭୋକଉପାସରେ ଆଉ କେତେଦିନ ବା ପଡିରହିବେ ବାଧ୍ୟ ହୋଇ ବହୁ ମାଓବାଦୀ ସଂଗଠନ ଛାଡୁଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ମୂଳପୋଛ ପାଇଁ ସରକାର ଟାର୍ଗେଟ ରଖିଥିବାବେଳେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ