ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାଜି:ଉଦ୍ଧବ

ଶିବସେନା(ୟୁବିଟି)ରେ ଦେଖାଯାଇଥିବା ବିଦ୍ରୋହ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ଟେନସେନ ବଢ଼ାଇ ଦେଇଛି। ଦଳ ବିଭାଜନ ଆଡ଼କୁ ଯାଉଥିବାରୁ ଉଦ୍ଧବ ଠାକରେ ଏହାକୁ ରୋକିବାକୁ ଶେଷ ଗୋଟି ଚାଳନା କରିଛନ୍ତି। ଯଦି ତାଙ୍କ ନେତୃତ୍ୱ ଉପରେ ଦଳୀୟ କର୍ମୀଙ୍କ ଆଉ ବିଶ୍ୱାସ ନାହିଁ, ତା’ହେଲେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଉଦ୍ଧବ ଘୋଷଣା କରିଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କହିବା କଥା ଯେ ଯଦି ଦଳୀୟ ସଦସ୍ୟମାନେ ନେତୃତ୍ୱ ନେବାକୁ ସେ ଫିଟ ନୁହନ୍ତି ବୋଲି ଅନୁଭବ କରୁଛନ୍ତି, ତା’ହେଲେ ସେ ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ଶିବସେନାର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଉଦ୍ଧବ ଠାକରେ କହିଛନ୍ତି ଯେ ସେ କାହାକୁ ବି ଦଳର ମୁଖ୍ୟ କରିବାକୁ ପ୍ରସ୍ତୁତ ରହିଛନ୍ତି ଓ ସେ ଆଦୌ ଏହି ପଦରେ ଯୋଡ଼ି ହୋଇ ରହିବାକୁ ଚାହୁଁ ନାହାନ୍ତି। କିନ୍ତୁ ସେ ଦଳର ବିଚାରଧାରା ପାଇଁ ଚାଲିଥିବା ଲଢ଼େଇରୁ ଆଦୌ ପଛ ଘୁଞ୍ଚା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ମୁଁ ଆଦୌ ପଛ ଘୁଞ୍ଚା ଦେବି ନାହିଁ। କିନ୍ତୁ ଯେଉଁଦିନ ଆପଣମାନେ ଅନୁଭବ କରିବେ ଯେ ମୁଁ ଏହି ପଦ ପାଇଁ ଆଉ ଫିଟ ନୁହେଁ, ସେଦିନ ମୁଁ ଛାଡ଼ି ଦେବି। କିଛି ଲୋକ ଭାବୁଛନ୍ତି ଯେ ଦଳ ଆଶା ଛାଡ଼ି ଦେଉଛି। କିନ୍ତୁ ଶିବସେନେ(ୟୁବିଟି) ଲଢ଼େଇ ଜାରି ରଖିବ।”

ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଉଦାହରଣ ଦେଇ ଉଦ୍ଧବ କହିଛନ୍ତି, “କିଛି ଲୋକ ଭାବି ପାରନ୍ତି ଯେ ଆମେ ସବୁ କିଛି ହରାଇ ଦେବୁ। କିନ୍ତୁ ସେମିତି କିଛି ବି ହେବନି। କିଛି ଲୋକ କହୁଛନ୍ତି ଯେ ମୁଁ ନିର୍ଦ୍ଦେଶ ଦେବା ଦରକାର। ହେଲେ ବାଲା ସାହେବ ପୂର୍ବରୁ କେବେ ହେଲେ କାହା ବିରୋଧରେ ନିର୍ଦ୍ଦେଶ ଦେଉ ନଥିଲେ। ସମସ୍ତଙ୍କୁ ଲଢ଼େଇ କରିବାକୁ ପଡ଼ିବ।”

ଦଳର ୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ବିଦ୍ରୋହ ଘୋଷଣା କରିଛନ୍ତି। ସେମାନେ ଏକନାଥ ସିନ୍ଦେଙ୍କ ଶିବସେନା ସହ ହାତ ମିଳାଇଥିବା ଜଣାପଡ଼ିଛି। ସାଂସଦଙ୍କ ଏପରି ପଳାୟନ ଯୋଗୁ ଉଦ୍ଧବ ଠାକରେ ଭୋଟରଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ଆଜି ମୁଁ ଭୋଟରମାନଙ୍କୁ କ୍ଷମା ମାଗୁଛି। କାରଣ ସେମାନେ ଆମକୁ ଭୋଟ ଦେଇଥିଲେ। କିନ୍ତୁ ଆମ ସାଂସଦମାନେ ଆମକୁ ଛାଡ଼ି ଦେଲେ।”

ଉଦ୍ଧବ ସେନା ସହଯୋଗୀ କଂଗ୍ରେସ ସହ ଲୀନ ହୋଇଯିବ ବୋଲି ଗୋଟିଏ ଧାରଣା ମଧ୍ୟ ଏବେ ସୃଷ୍ଟି କରାଯାଉଥିବା ଉଦ୍ଧବ କହିଛନ୍ତି। ସେ କହିଛନ୍ତି, “ଯଦି ଆମେ ୩୦ ବର୍ଷ ଧରି ବିଜେପି ସହ ରହିଲୁ ଓ ଦଳରେ ଲୀନ ହେଲୁ ନାହିଁ, କେମିତି ଆମେ କଂଗ୍ରେସ ସହ ଲୀନ ହୋଇଯିବୁ?

କଂଗ୍ରେସ ସହ ପୂର୍ବରୁ ଆମର ରାଜନୀତିକ ମଥପାର୍ଥକ୍ୟ ରହିଥିଲା। କିନ୍ତୁ କଂଗ୍ରେସ କେବେ ହେଲେ ବି ମା‌ତୋଶ୍ରୀଙ୍କୁ ଅପମାନ କରିନି। ବିଜେପିର ହିନ୍ଦୁତ୍ୱ ଠାରୁ କଂଗ୍ରେସ ବହୁତ ଭଲ।”

  • Related Posts

    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading
    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ