ମୁକୁଳିଲେ ମାଓନେତା ଆଜାଦ

ଭୁବନେଶ୍ବର/ପାରଳାଖେମୁଣ୍ଡି:ବିଶ୍ବହିନ୍ଦୁ ପରିଷଦ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା, ନୟାଗଡ଼ ଅସ୍ତ୍ରାଗାର ଲୁଟ୍‌ ଓ ପୁଲିସକୁ ହତ୍ୟା ଭଳି ୫୭ଟି ସଂଗିନ୍‌ ମାମଲାର ଅଭିଯୁକ୍ତ ମାଓନେତା ଡୁନା କେଶବ ରାଓ ଓରଫ୍‌ ଆଜାଦ କାରାଗାରରୁ ମୁକୁଳିଛନ୍ତି। ଦୀର୍ଘ ୧୫ବର୍ଷ ଧରି ସେ ବନ୍ଦୀ ଜୀବନ ବିତାଉଥିଲେ। ଅଦାଲତ ତାଙ୍କୁ ଦୋଷମୁକ୍ତ କରିବା ପରେ ମଙ୍ଗଳବାର ସେ ଝାରପଡ଼ା କାରାଗାରରୁ ବାହାରିଛନ୍ତି। ଆଜାଦ୍‌ଙ୍କ ନାମରେ ଆନ୍ଧ୍ରପ୍ରଦେଶରେ ୧୨ଟି ଓ ଓଡ଼ିଶାରେ ୪୫ମାମଲା ଥିଲା। ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ସ୍ବତନ୍ତ୍ର ଅଦାଲତ ସ୍ଥାପନ କରାଯାଇଥିଲା। ସେଠାରେ ମାମଲାଗୁଡ଼ିକ ବିଚାର (ଟ୍ରାଏଲ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜାଦଙ୍କ ନାମରେ ଥିବା ସମସ୍ତ ମାମଲାର ବିଚାର କରାଯିବା ପରେ ସେ ନିର୍ଦୋଷ ବୋଲି ଅଦାଲତ କହିଥିଲେ। ଆଜି ସେ ଝାରପଡ଼ା କାରାଗାରରୁ ମୁକୁଳି ଆନ୍ଧ୍ରପ୍ରଦେଶ ଯିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜାଦ୍‌ଙ୍କ ଘର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ। ସେ ଟପ୍‌ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ବୋଲି କୁହାଯାଉଥିଲା। ସେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସ୍ପେଶାଲ ଜୋନାଲ କମିଟି ମୁଖ୍ୟ ହୋଇ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ସକ୍ରିୟ ଭାବେ କାମ କରୁଥିଲେ। ଆଜାଦଙ୍କ ନାମରେ ଆନ୍ଧ୍ରପ୍ରଦେଶ ପୁଲିସ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ପରେ ସେ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ୨୦୧୧ ମସିହାରୁ ସେ ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଝାରପଡ଼ା କାରାଗାରରେ ବନ୍ଦୀ ଭାବେ ରହିବା ସମୟରେ ସେ ‘ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ରୁରାଲ ଡେଭଲପମେଣ୍ଟ’ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ନାମରେ ଥିବା ମାମଲା ଅଦାଲତରେ ବିଚାର ହେଉ ନଥିବାରୁ ସେ ବହୁ ଦିନ ହେବ କାରାଗାରରେ ରହି ଆସୁଥିଲେ। ତେଣୁ, ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବା ସହ ଅନଶନରେ ବସିଥିଲେ। ତାଙ୍କ ନାମରେ ଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ସ୍ବତନ୍ତ୍ର ଅଦାଲତ ଗଠନ କରାଯାଇ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

  • Related Posts

    ଭିଜିଲାନ୍ସ ଜାଲରେ ସଇଁତଳା ଆରଆଇ

    ଲାଞ୍ଚ ନେବାବେଳେ ଧରାପଡ଼ିଲେ ବଲାଙ୍ଗୀର, ୧୩ ।୧୦: ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଆଲନ ବେହେରାଙ୍କୁ ଭିଜିଲାନ୍ସ ମାଡ଼ିବସିଛି । ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି ଜମିରେ ପରିବର୍ତ୍ତନ ସମ୍ପର୍କିତ…

    Continue reading
    “ମୁକ୍ତ ବାଣିଜ୍ୟ ଚୁକ୍ତି ସୁଯୋଗର ସଦୁପଯୋଗ” ଶୀର୍ଷକ କର୍ମଶାଳା

    ବିଶ୍ଵ ବଜାର ସମୃଦ୍ଧିର ନୂଆ ଦିଗନ୍ତ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର, ତା: ୧୩/୧୦/୨୦୨୬: ଓଡ଼ିଶାର ବ୍ୟବସାୟ ଓ ରପ୍ତାନି କ୍ଷେତ୍ରକୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ମେ’ଫେୟାର୍ କନଭେନସନଠାରେ “ମୁକ୍ତ ବାଣିଜ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ