ଭୁବନେଶ୍ୱର,୨0/୧୧/୨୫: କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ମାନବିକ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ 2024 ଫସଲ ବର୍ଷ ଏବଂ 2025-26 ଅର୍ଥବର୍ଷ ପାଇଁ ମୋଟ 41.17 କୋଟି ଟଙ୍କା ବିତରଣ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ ଆଜି ସୁଦ୍ଧା 8,59,727 ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ନିମ୍ନଲିଖିତ ସୁବିଧା ପାଇଁ ଚପଲ – ଏକକ ପିଛା ₹160, କେରି ବହନକାରି କପଡ଼ା – ଏକକ ପିଛା ₹200 ଏବଂ ହେଡ୍ କ୍ୟାପ – ଏକକ ପିଛା ₹100
ହିସାବରେ ମୋଟ ₹39,54,74,420.00 ଟଙ୍କା ଜମା କରାଯାଇଛି। ଏହା କେନ୍ଦୁପତ୍ର ତୋଳାଳିଙ୍କ ଶ୍ରମ ଏବଂ ମୂଲ୍ୟବାନ ଅବଦାନ ପ୍ରତି ରାଜ୍ୟ ସରକାରଙ୍କ ଗଭୀର ସମ୍ମାନର ପ୍ରତୀକ।
ସେହିପରି ୧୮୭୬୮ ଜଣ ବାଇଣ୍ଡରଙ୍କୁ କମ୍ବଳ ଓ ମଶାରି ପାଇଁ ୟୁନିଟ ପିଛା ୭୦୦ ଟଙ୍କା ହିସାବରେ 1,31,37,600.00 ଟଙ୍କା ପ୍ରଦାନ କରାଯିବା ସହିତ ୧୬୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ ପିଛା ୧୦୦ ଟଙ୍କା ହାରରେ 16,23,700.ଟଙ୍କା ମଧ୍ୟ୍ୟ ପ୍ରଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ସଫଳ କଲ୍ୟାଣକାରି ପଦକ୍ଷେପ ଏବଂ ଜଙ୍ଗଲ ଓ ପରିବେଶ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣାୟକ ଭୂମିକା ନେଇଛି। ଏହି ବୃହତ୍ କଲ୍ୟାଣ ପ୍ୟାକେଜ୍ ରାଜ୍ୟର କେନ୍ଦୁପତ୍ର ଆଧାରିତ ଶ୍ରମଜୀବୀଙ୍କ ସୁଯୋଗ-ସୁବିଧା, ସୁରକ୍ଷା ଏବଂ ସାମାଜିକ ସମ୍ମାନକୁ ନୂତନ ଉଚ୍ଚତାକୁ ନେଇଯାଉଛି। ସରକାରଙ୍କ ଏହି ପ୍ରୟାସ ତାଙ୍କ ଜୀବିକାକୁ ସମୃଦ୍ଧ ବନାଇବା ସହିତ ସମାଜର ଦୃଢ଼ ଅର୍ଥନୈତିକ ଭିତି ଗଢ଼ିବାରେ ସହାୟକ ହେବ ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…



