ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କମନ ଆପ୍ଲିକେଶନ ଫର୍ମ ମଙ୍ଗଳବାର ଅପରାହ୍ଣ ୪ଟାରୁ ପୋର୍ଟାଲରେ ଉପଲବ୍ଧ ହୋଇଛି। ଆଶାୟୀମାନେ ଆସନ୍ତା ୩୦ ତାରିଖ ରାତି ୧୧.୪୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀମାନେ ଆବଶ୍ୟକ ହେଲେ ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ରାତି ୧୧ଟା ୪୫ଟା ପର୍ଯ୍ୟନ୍ତ ପୂର୍ବରୁ ଦାଖଲ କରିଥିବା ସିଏଏଫ୍‌କୁ ଏଡିଟ କରିପାରିବେ। ତେବେ ଏହି ଦିନ କୌଣସି ନୂତନ ଆବେଦନ ଗ୍ରହଣ କରାଯିବ ନାହିଁ। ସମସ୍ତ ତଥ୍ୟକୁ ଅଗଷ୍ଟ ୫ ତାରିଖ ପୂର୍ବାହ୍ନ ୧୧ଟାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି)କୁ ପଠାଯିବ। ଯୋଗ୍ୟ ପ୍ରାର୍ଥୀଙ୍କ କାଗଜପତ୍ର ଯାଞ୍ଚ ପରେ ସାମ୍ସ ପୋର୍ଟାଲରେ ସୂଚିତ କରାଯିବ। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏମ୍‌ଆର୍‌ଏଫ୍‌ କାର୍ଯ୍ୟକ୍ରମରେ ଆବେଦନ ପାଇଁ ପ୍ରାର୍ଥୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ସେହିପରି ୨୦୨୪ ଏପ୍ରିଲ ୧ରୁ ୨୦୨୬ ଜୁଲାଇ ୧୯ ତାରିଖ ମଧ୍ୟରେ ଅନୁମୋଦିତ ଗବେଷଣା ନିର୍ଦ୍ଦେଶକଙ୍କ ଅଧୀନରେ ପିଏଚ୍‌ଡିରେ ପଞ୍ଜୀକୃତ ହୋଇଥିବା ଗବେଷକମାନେ କେବଳ ଆବେଦନ କରିପାରିବେ। ଏଥିସହ ଏମ୍‌ଆର୍‌ଆଇପି-୨୦୨୫ରେ ଫେଲୋଶିପ୍‌ ପାଇଁ ଚୟନ ହୋଇଥିଲେ ମଧ୍ୟ ସାମ୍ସରେ ପଞ୍ଜୀକୃତ ନ ଥିବା ଗବେଷକମାନେ ପୁନର୍ବାର ଆବେଦନ କରିପାରିବେ ନାହିଁ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ