ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ ସାବ ମଧ୍ୟ ଉପସ୍ଥିତ ଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଏକ୍ସରେ ଦୁଇ ଦେଶର ନେତାଙ୍କ ବୈଠକର ବିବରଣୀ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଐତିହାସିକ ଗସ୍ତରେ ସ୍ବାଗତ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତର ବାୟାନ ପ୍ୟାଲେସରେ ଆନୁଷ୍ଠାନିକ ସ୍ବାଗତ ତଥା ଗାର୍ଡ ଅଫ ଅନର ପାଇଁ ପହଞ୍ଚିଛନ୍ତି।
ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଆବଶ୍ୟକ ମାନବ ସମ୍ବଳ, ଦକ୍ଷତା ଓ ପ୍ରଯୁକ୍ତି ରହିଥିବା ସେ କହିଛନ୍ତି। କୁଏତ୍‌ ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ୍‌-ଜାବେର ଅଲ୍‌-ସବାହଙ୍କ ଆମନ୍ତ୍ରଣକ୍ରମେ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ସେଠାକୁ ଯାଇଛନ୍ତି। ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବ ବୋଲି ଆଶା କରାଯାଉଛି। ସେ ଅମିରଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ଗସ୍ତ ଅବସରରେ ମୋଦି ସେଠାରେ ୧୦୧ ବର୍ଷୀୟ ପୂର୍ବତନ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ମଙ୍ଗଲ ସୈନ ହାନ୍ଦାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ଭାବେ ତାଙ୍କୁ ଭେଟିବା ପାଇଁ ଆସି ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି। ପୁଅ ଦିଲୀପ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ମଙ୍ଗଲଙ୍କୁ ଭେଟିବା ପାଇଁ ତାଙ୍କ ନାତୁଣୀ ଶ୍ରେୟା ଜୁନେଜା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। କୁଏତ୍‌ର ଉପସାଗରୀୟ ଲେବର କ୍ୟାମ୍ପ୍‌କୁ ମଧ୍ୟ ମୋଦି ଯାଇ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି।

  • Related Posts

    ମୁମ୍ବାଇ କୁର୍ଲାରେ ଭୂସ୍ଖଳନ: 2 ମୃତ

    ମୁମ୍ବାଇ: ପ୍ରବଳ ବର୍ଷା କାରଣରୁ ଆଜି(ବୁଧବାର) ମୁମ୍ବାଇ କୁର୍ଲା ଅଞ୍ଚଳର ଚିରାଗ ନଗରରେ ଭୂସ୍ଖଳନ ହୋଇଛି । ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6ରୁ8 ଜଣ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ପ୍ରବଳ…

    Continue reading
    ‘ବନ୍ଦେ ମାତରମ୍’କୁ ଅପମାନ କଲେ ହେବ ଅପରାଧ: ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି

    ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରି ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନରେ ଜାଣିଶୁଣି ବାଧା ଦେବା କିମ୍ବା ଏହାକୁ ଗାଇବାରୁ ରୋକିବାକୁ ଅପରାଧ ଭାବେ ବିବେଚନା କରୁଥିବା ଏକ ବିଲ୍‌କୁ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ