ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ: ବିଜେଡିରେ ଦ୍ୱନ୍ଦ୍ୱ

ଭୁବେଶ୍ବର: ଏକ ଦେଶ ଏକ ନିର୍ବାଚନ(ୱାନ୍‌ ନେଶନ ୱାନ୍‌ ଇଲେକ୍ସନ) ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ରାଜ୍ୟ ସଭାରେ ଏହି ବିଲ୍‌କୁ ଦଳ ସମର୍ଥନ କରିବ କି ବିରୋଧ କରିବ ସେ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କୌଣସି ମତ ଦେଇ ନାହାନ୍ତି। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିକଟରେ ଶେଷ ହୋଇଥିବା ବିଧାନସଭାରେ ୱାନ୍‌ ନେଶନ ୱାନ୍‌ ଇଲେକ୍ସନ୍‌ ସଙ୍କଳ୍ପକୁ ବିରୋଧ କରିଥିଲେ। ପରେ ସୋସିଆଲ୍‌ ମିଡିଆରେ ନିଜ ଅଭିଭାଷଣକୁ ମଧ୍ୟ ପୋଷ୍ଟ କରିଥିଲେ। ତେବେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଯାଇଛି; ଯେଉଁଥିରେ ୱାନ୍‌ ନେଶନ ୱାନ୍‌ ଇଲେକ୍ସନ୍‌ ବିଲ୍‌ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିରେ ସ୍ଥାନ ପାଇ ସେ ଗର୍ବିତ ବୋଲି ଲେଖିଛନ୍ତି । ଅନ୍ୟପକ୍ଷରେ ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସଂସଦ ଏ ନେଇ ନିଷ୍ପତ୍ତି ନେବ ।
ସମ୍ବିଧାନକୁ ନେଇ ଯେଭଳି ବାକ୍‌ବିତଣ୍ଡା ହେଉଛି ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ଭିନ୍ନମତ ଭିତରେ ନବୀନଙ୍କ ନୀରବତା ଦଳ ଭିତରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଛି। ସରକାରରେ ଥିବାବେଳେ ବିଜେଡି ସମଦୂରତା କଥା କହି ଅନେକ ପ୍ରସଙ୍ଗରେ ଫାଇଦା ନେବାକୁ ଚେଷ୍ଟା କରୁଥିଲା। ମାତ୍ର ଏବେ ରାଜନୈତିକ ଦୃଶ୍ୟପଟ ବଦଳି ଯାଇଛି। ଗତ ଲୋକ ସଭା ନିର୍ବାଚନରେ ଦଳ ଗୋଟିଏ ଆସନ ପାଇବାକୁ ସକ୍ଷମ ହୋଇ ନ ଥିବାବେଳେ ଆଗାମୀ ରଣନୀତି ପୂର୍ବଭଳି ରହିବ କି ବଦଳିବ ସେ ନେଇ ମଧ୍ୟ ବିଜେଡିରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ନିକଟରେ ନବୀନ ନିବାସରେ ହୋଇଥିବା ବିଜେଡି ପରାମର୍ଶ ଦାତା କମିଟି ବୈଠକରେ ବରିଷ୍ଠ ନେତାମାନେ ଜାତୀୟ ସ୍ତରରେ ଦଳର ଆଭିମୁଖ୍ୟ ଉପରେ ନିଷ୍ପତ୍ତି ନେବା ପାଇଁ ଏକ ପାର୍ଲାମେଣ୍ଟ କମିଟି ଗଠନ କରିବାକୁ ବିଜେଡି ସଭାପତିଙ୍କୁ ପ୍ରସ୍ତାବ ଦେଇଥିବା ଶୁଣବାକୁ ମିଳିଛି। ୱାନ୍‌ ନେଶନ ୱାନ୍‌ ଇଲେକ୍ସନ ବିଲ୍‌କୁ ନେଇ ଦଳର ଅସ୍ପଷ୍ଟ ଆଭିମୁଖ୍ୟ ଆଗକୁ ଦଳକୁ ଆହୁରି ଅଡୁଆରେ ପକାଇବା ନେଇ ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।

  • Related Posts

    ଇସ୍ତଫା ଦେଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍‌!

    ଏନ୍‌. ଚନ୍ଦ୍ରଶେଖରନ୍‌ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୧୮ରେ ଅନୁଷ୍ଠିତ ହେବାକୁ ଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ସେ ଦେଇଥିବା କଥା ସାମ୍ନାକୁ ଆସିଛି। କିନ୍ତୁ ଆସନ୍ତା ଫେବୃଆରୀରେ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ଶେଷ…

    Continue reading
    କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

    ନୂଆଦିଲ୍ଲୀ: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ରାଜ୍ୟ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ