ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯେ ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

ନୂଆଦିଲ୍ଲୀ: ସଂସଦରେ ଅପରେସନ ସିନ୍ଦୂର ଉପରେ ନିଜର ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏଥିସହିତ ଟ୍ରମ୍ପଙ୍କ ସିଜ୍‌ଫାୟାର ଘୋଷଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ରାହୁଲ। ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ ସଂସଦରେ କୁହନ୍ତୁ ଯେ ଟ୍ରମ୍ପ ସିଜ୍‌ଫାୟାର କରି ନାହାନ୍ତି।

ରାହୁଲ କହିଛନ୍ତି “ଡୋନାଲ୍ଡ ଟ୍ରମ୍ପ ୨୯ ଥର କହିଲେ ଯେ ସେ ଯୁଦ୍ଧ ବନ୍ଦ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କର ୫୦ ପ୍ରତିଶତ ସାହସ ଅଛି, ତେବେ ସେ ସଂସଦରେ ଠିଆ ହୋଇ କହିବା ଉଚିତ ଯେ ‘ଡୋନାଲ୍ଡ ଟ୍ରମ୍ପ ମିଛ କହୁଛନ୍ତି, ସେ କେବେ କୌଣସି ଯୁଦ୍ଧବିରତି ମଧ୍ୟସ୍ଥତା କରି ନଥିଲେ। ଯଦି ତାଙ୍କ ପାଖରେ ସେତିକି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ ସଂସଦରେ କୁହନ୍ତୁ ଯେ ଟ୍ରମ୍ପ ଜଣେ ମିଛୁଆ ବୋଲି।” ମଜାଳିଆ ଢଙ୍କରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ଯଦି ଟ୍ରମ୍ପଙ୍କ କଥାରେ ସତ୍ୟତା ନାହିଁ ତେବେ ମୁଁ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଉଛି ଯେ ସେ ଟ୍ରମ୍ପଙ୍କୁ ମିଛୁଆ ବୋଲି କୁହନ୍ତୁ।

ଅପରେସନ ସିନ୍ଦୂର ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ ଆହୁରି ଟାର୍ଗେଟ୍ କରି କହିଛନ୍ତି “ଭାରତ ସରକାର ପାକିସ୍ତାନ ସରକାରଙ୍କୁ ଜଣାଇ ଦେଇଥିଲେ ଯେ ଆମର କୌଣସି ରାଜନୈତିକ ଇଚ୍ଛାଶକ୍ତି ନାହିଁ, ଆମେ ଯୁଦ୍ଧ କରିବାକୁ ଚାହୁଁ ନାହୁଁ। ଆମେ କେବଳ କାର୍ୟ୍ୟନୁଷ୍ଠାନ କରୁଛୁ। ପାକିସ୍ତାନ ପକ୍ଷରୁ ଆତ୍ମସମର୍ପଣ ଦାବି କରାଯାଇଥିଲା,ଆଉ ୩୦ ମିନିଟ୍ ମଧ୍ୟରେ ତୁରନ୍ତ ଆତ୍ମସମର୍ପଣ ହୋଇଗଲା।”

ସେହିପରି ଭାରତର ପ୍ରତିରକ୍ଷା ଆଟାଚ୍ କ୍ୟାପ୍ଟେନ ଶିବ କୁମାରଙ୍କ ଇଣ୍ଡୋନେସିଆରେ ଦେଇଥିବା ବୟାନକୁ ଉଦ୍ଧୃତି କରିଛନ୍ତି ରାହୁଲ। ସେ କହିଛନ୍ତି “ଭାରତ ଯେତେ ବିମାନ ହରାଇଛି ବୋଲି ସେ କହିଲେ ସେଥିରେ ମୁଁ ସମ୍ପୂର୍ଣ୍ଣ ସହମତ ନ ହୋଇପାରେ, କିନ୍ତୁ ଆମେ କିଛି ନା କିଛି ହରାଇଛୁ। ଏବଂ ଏହା କେବଳ ଏଥିପାଇଁ ଘଟିଥିଲା କାରଣ ରାଜନୈତିକ ନେତୃତ୍ୱ ସ୍ପଷ୍ଟ ଭାବରେ ସେନାକୁ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ଅର୍ଥରେ ଏହାକୁ କହିବାକୁ ଗଲେ ଆମେ ଆକ୍ରମଣ ଆରମ୍ଭ କରିଥିଲୁ କିନ୍ତୁ ଆମର ପାଇଲଟମାନଙ୍କ ହାତ ବାନ୍ଧି ଦେଇଥିଲୁ।”

ସେହିପରି ରାଜନାଥ ସିଂହଙ୍କ ଭାଷଣକୁ ଉଦ୍ଧୃତ କରି ରାହୁଲ କହିଛନ୍ତି “ରାଜନାଥ କହିଥିଲେ ଯେ ଅପରେସନ ସିଦୂର ସକାଳ ୧:୦୫ ରେ ଆରମ୍ଭ ହୋଇଥିଲା। ସେ କହିଥିଲେ ଯେ ଅପରେସନ ସିନ୍ଦୁର ୨୨ ମିନିଟ୍ ଚାଲିଥିଲା। ତା’ପରେ ସେ ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା କହିଥିଲେ। ସେ କହିଥିଲେ ଯେ ଆମେ ୧:୩୫ ରେ ପାକିସ୍ତାନକୁ ଫୋନ୍ କରିଥିଲୁ, ଏବଂ କହିଲୁ ଯେ ଆମେ କେବଳ ଅଣ-ସାମରିକ ସ୍ଥାନକୁ ଟାର୍ଗେଟକୁ କରିଛୁ ଏବଂ ଆମେ ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁ ନାହୁଁ। ହୁଏତ ରାଜନାଥ ସିଂହ ବୁଝି ପାରିଲେ ନାହିଁ ଯେ ସେ କ’ଣ କହିଗଲେ।”

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି “ସିନ୍ଦୂର ଅପରେସନ୍ ରାତିରେ ୧:୩୫ ରେ ଯୁଦ୍ଧବିରାମ କରିବା ପାଇଁ ଅନୁରୋଧ କରିବାକୁ ଭାରତର ଡିଜିଏମ୍‌ଓକୁ କହିଥିଲେ ଭାରତ ସରକାର। ଅର୍ଥାତ୍ ତୁମେ ସିଧାସଳଖ ପାକିସ୍ତାନକୁ ତୁମର ରାଜନୈତିକ ଇଚ୍ଛାଶକ୍ତି କହିଦେଲେ, ଯେ ତୁମର ଲଢ଼ିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ନାହିଁ, ତୁମେ ଲଢ଼ିବାକୁ ଚାହୁଁ ନାହଁ।” ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ ଯେ ଆମେ ଏମିତି ଏକ ପ୍ରଧାନମନ୍ତ୍ରୀ ଚାହୁଁ ନାହୁଁ ଯିଏ ଟ୍ରମ୍ପଙ୍କ ଜଣେ ମିଛୁଆ ବୋଲି ପ୍ରମାଣିତ କରିପାରୁ ନାହାନ୍ତି। ଟ୍ରମ୍ପଙ୍କୁ ଏଭଳି କହିବାକୁ ଦିଅନି ଯେ ସେ ଯୁଦ୍ଧ ବନ୍ଦ କରିଦେଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଲେ ଭାଇଜାନ୍‌

    ଭୁବନେଶ୍ୱର : ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଆଜି ନିଜର ପ୍ରଥମ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାମ ସେ ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ରଖିଛନ୍ତି । ସଲମାନ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲିଙ୍କ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ