ଯନ୍ତରମନ୍ତରେ କକ୍ରୋଚ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ଯୁବଗୋଷ୍ଠୀଙ୍କ ଦ୍ୱାରା ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସଂଗଠନର ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦେଇଛି ରଣହୁଙ୍କାର। ହଜାର ହଜାର ଯୁବକ ଓ ଯୁବତୀ ବିକ୍ଷୋଭରେ ସାମିଲ ହୋଇ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପାଇଁ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛନ୍ତି।
କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ ନିଜେ ଜୟ ଭୀମ ନାରା ଦେଇ ଯନ୍ତରମନ୍ତରରେ ଗର୍ଜନ କରିଛନ୍ତି। ଏହି ଦେଶର ଯୁଗୋଷ୍ଠୀଙ୍କୁ ଆଉ ଭୟଭୀତ ହେବାର ନାହିଁ। ସେମାନେ ଲଢ଼େଇ କରିବେ। କକ୍ରୋଚମାନେ ଆଦୌ ଡରନ୍ତି ନାହିଁ। ସେମାନେ କେବେ ହେଲେ ପ୍ରାଣ ହରାନ୍ତି ନାହିଁ। ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ଅଭିଜିତ କହିଛନ୍ତି।

କକ୍ରୋଚ ଜନତା ପାର୍ଟି କହିଛି ଯେ “ଆମେ ଶିକ୍ଷା ମନ୍ତ୍ରୀଙ୍କୁ ନିର୍ବାଚିତ କରିଥିଲୁ ଓ ତାଙ୍କୁ ସେଠାକୁ ପଠାଇଥିଲୁ। ସେ ଆମ ଟିକସରୁ ଦରମା ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଲକ୍ଷାଧିକ ଯୁବଗୋଷ୍ଠୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଚାଲି ଯାଇଛି। ‌ଏବେ କୋକ୍ରଚମାନେ ଆସୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଯାଉଛନ୍ତି।” ଆଜି ଦିନ ୫ଟା ଯାଏ କକ୍ରୋଚ ଜନତା ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିବ। ଏହାପରେ ବି ଯଦି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ, ତା’ହେଲେ ସଂଗଠନ ପୁଣି ରାସ୍ତାକୁ ଓହ୍ଲାଇବ। ଆସନ୍ତା ଜୁନ ୨୩ରେ ସିଜେପି ଦିଲ୍ଲୀର ରାମଲୀଳା ମୈଦାନରେ ବିକ୍ଷୋଭ ସମାବେଶ କରିବ ବୋଲି ସଙ୍କେତ ଦେଇଛି।

ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆରମ୍ଭ ହୋଇଥିବା ଏହି ବିଶାଳ ବିକ୍ଷୋଭ ସମାବେଶକୁ ଦିଲ୍ଲୀ ପୁଲିସ ମଧ୍ୟ ଅନୁମତି ଦେଇଛି। ବିକ୍ଷୋଭ ଆରମ୍ଭ କରିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଦିଲ୍ଲୀ ପୁଲିସ୍‌କୁ ଅନୁମତି ମଗାଯାଇଥିଲା। ପୁଲିସ୍‌ ଦିନ ୧୦ଟାରୁ ଅପରାହ୍ନ ୫ଟାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ସଂଗଠନକୁ ଅନୁମତି ଦେଇଛି। ଏହାପରେ ହଜାର ହଜାର ଯୁବକଯୁବତୀ କକ୍ରୋଚ ଜନତା ପାର୍ଟି ବା ସିଜେପି ବ୍ୟାନର ତଳେ ଯନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ନିଟ୍ ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଓ ସିବିଏସଇ ପରୀକ୍ଷାରେ ହୋଇଥିବା ତ୍ରୁଟି ଲକ୍ଷାଧିକ ଶିକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଏଥିପାଇଁ ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ଯୁବ ଆନ୍ଦୋଳନ ଗତ କିଛି ସପ୍ତାହ ମଧ୍ୟରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ସଂଗଠନର ପ୍ରତିଷ୍ଠାତା ଅଭିଜିତ ଆଜି ଆମେରିକାରୁ ଭାରତ ଫେରି ଏହି ପ୍ରତିବାଦର ନେତୃତ୍ୱ ନେଉଛନ୍ତି।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ